‘ମୋ ବସ’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

mobus

ଆଜି ରାଜଧାନୀ ଭୁବନେଶ୍ବରରେ ଶୁଭାରମ୍ଭ ହେଲା “ମୋ ବସ” ସେବା । ହକି ବିଶ୍ବକପ ପୂର୍ବରୁ ରାଜଧାନୀ, କଟକ ଓ ଆଖପାଖ ଅଞ୍ଚଳରେ ୨୦୦ ନୂଆ ସିଟି ବସ ଗଡିବ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଅଧିନରେ ଏହି ସବ ସେବା ଆରମ୍ଭ ହେବାକୁ ଯାଉଛି । ଆଜି ଏହି ବସ ସେବାର ପ୍ରଥମ ପର୍ଯ୍ୟାୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ଶୁଭାରମ୍ଭ କରିଛନ୍ତି।

mobus

ନୂତନ ଟେକ୍ନୋଲୋଜିରେ ନିର୍ମିତ ହୋଇଥିବା ଏହି ବସଗୁଡିକ ଯାତ୍ରୀମାନଙ୍କୁ କଟକ, ଭୁବନେଶ୍ୱର ଓ ପୁରୀକୁ ସେବା ଯୋଗାଇ ଦେବ । ମୋଟ ୨୦୦ଟି ବସ ଯାତ୍ରା କରିବା ନେଇ ଯୋଜନା କରାଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୮ଟି ରୁଟରେ ୧୦୦ ଟି ବସ ଚଳାଚଳ ହେବ । ପ୍ରତି ୧୦ ମିନିଟରେ ବସ ଉପଲବ୍ଧ ହେବ । ସକାଳ ୭ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ବସ ଚଳାଚଳ କରିବ । ଏଥିରେ ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବସରେ ସିସି କ୍ୟାମେରା, ଅଟୋମେଟିକ ସେନସର ବ୍ୟବସ୍ଥା ଇତ୍ୟାଦି ରହିଛି ।

ତେବେ ସିଟି ବସ ବଦଳରେ ଏହି ବସଗୁଡ଼ିକ ଚଳାଚଳ କରିବା ଫଳରେ ଯାତ୍ରୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି । ଏହା ଦ୍ୱାରା ରାଜଧାନୀବାସୀ ବିଶେଷଭାବେ ଉପକୃତ ହୋଇପାରିବେ ।

ପଢନ୍ତୁ;  ନିୟମିତ ଲିପଷ୍ଟିକ୍ ବ୍ୟବହାର କରୁଛନ୍ତି କି? ତେବେ ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ପ୍ରଣାଳୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More