News

କୃଷି ଭବନକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

cm

ଇକତ ଢାଞ୍ଚାରେ ହୋଇଛି କୃଷି ଭବନ

ଗୁରୁବାର ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ମାର୍ଗରେ କୃଷି ଭବନ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ଦେଶୀୟ କପଡ଼ା ଇକତ ଢାଞ୍ଚାରେ ଏହି ଭବନ ନିର୍ମାଣ କରାଯାଇଛି। କୃଷି ଭବନ ପରିସରରେ ଏକ ଉଦ୍ୟନ ରହିଛି। ଏଥିରେ କୃଷି ପରମ୍ପରା ବିଷୟକୁ ସ୍ଥାନୀତ କରାଯାଇଛି। ଜଳସେଚନ ପାଇଁ କେନାଲ, ବର୍ଷା ଜଳ ସଂରକ୍ଷଣ, ମୃତ୍ତିକା ସମସ୍ୟା ସମାଧାନ ଏବଂ ଫସଲ ଉତ୍ପାଦନ ବୃଦ୍ଧି ନିମନ୍ତେ ଜୈବିକ କୃଷିର ପ୍ରସାର ପାଇଁ ବ୍ୟବସ୍ଥା କରାଯାଇଛି।ଏହି ଉଦଘାଟନ ଉତ୍ସବରେ କୃଷି ଭବନ ସମ୍ପର୍କରେ ଏକ କ୍ଷୁଦ୍ର ଚିତ୍ର ପ୍ରଦର୍ଶିତ କରାଯାଇଥିଲା।

cm

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି କୃଷି ଭବନର ଗୋଟିଏ ଗୋଟିଏ ଇଟା ଓଡ଼ିଶାର ଚାଷୀ ଭାଇଭଉଣୀଙ୍କ ସଫଳତା କଥା କହୁଛି । ଏହି କୃଷି ଭବନ, ଆମ ଚାଷୀ ଭାଇଭଉଣୀମାନଙ୍କ ନିଜ ଭବନ । ଗୋଟିଏ ଛାତ ତଳେ ଏହି ଭବନରୁ ଚାଷୀମାନେ ସବୁ ସେବା ପାଇପାରିବେ । ଏହି ଭବନ ଚାଷୀ ଭାଇ ଭଉଣୀଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।

ଉଦଘାଟନୀ ଉତ୍ସବରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ପଢନ୍ତୁ;କନଷ୍ଟେବଳଙ୍କ ମାନବିକତା: ହୃଦଘାତ ରୋଗୀଙ୍କୁ ବଞ୍ଚାଇଲେ

Related posts

ଇପିଏଫ ଆକାଉଂଟଧାରୀଙ୍କ ପାଇଁ ଦୁଃସମ୍ବାଦ , ମିଳୁଥିବା ସୁଧ ଉପରେ ମଧ୍ୟ ଦେବାକୁ ପଡିବ ଟାକ୍ସ

ENO Beuro

ପପୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର,ଆଇସିୟୁରେ ଚାଲିଛି ଚିକିତ୍ସା: ଗୁଜବ ସୃଷ୍ଟି ନ କରିବାକୁ ପତ୍ନୀଙ୍କ ଅନୁରୋଧ

ENO Beuro

ପାସପୋର୍ଟ ପାଇଁ ଆଉ ବାରମ୍ବାର ଆସିବାକୁ ପଡିବନି ରାଜଧାନୀ ଭୁବନେଶ୍ଵର

ENO Beuro

Leave a Comment