News

ଉଦଘାଟନ ହେଲା ୩୫ ମଡେଲ ଥାନା

ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ

ପୋଲିସ କିପରି ସାଧାରଣ ଲୋକଙ୍କ ମନରେ ଭୟ ଦୂର କରିପାରିବେ, ସେ ନେଇ ବ୍ୟାପକ ପ୍ରଚେଷ୍ଟା କରାଯାଉଛି। ଏନେଇ ଥାନା ଗୁଡିକରେ ବ୍ୟାପକ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ରାଜ୍ୟରେ 3୫ଟି ମଡେଲ ଥାନା ଉଦଘାଟନ କରିଛନ୍ତି। ଏହାରି ମଧ୍ୟରେ ରାଉରକେଲାର ପ୍ଲାଣ୍ଟ ସାଇଟ ଥାନାକୁ ମଡେଲ ଥାନା ଭାବେ ଘୋଷଣା କରାଯାଇଛି।

cm

ଏହା ସହ ୩୫ଟି ଆଦର୍ଶ ଥାନା ପାଇଁ ୭୦ଟି ନୂଆ ମୋଟର ସାଇକେଲ ଓ ୩୫ଟି ପିସିଆର ଭ୍ୟାନକୁ ମଧ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହି ଅବସରରେ କେନ୍ଦୁଝର ସଦର ଥାନାକୁ ମଧ୍ୟ ମଡେଲ ଥାନା ଭାବେ ଘୋଷଣା କରାଯାଇଛି । ଏହି ଅବସରରେ ସଦର ବିଧାୟକ ଅଭିରାମ ନାୟକ, ଜିଲାପରିଷଦ ଅଧକ୍ଷା କମଳିନୀ ପାତ୍ର, ଜିଲାପାଳ ଆଶିଷ ଠାକରେ ଓ ଆରକ୍ଷୀ ଅଧିକ୍ଷକ ଜୟ ନାରାୟଣ ପଙ୍କଜ ଉପସ୍ଥିତ ଥିଲେ।

ପଢନ୍ତୁ; ଡେରା ବାବା ନାନକ-କର୍ତ୍ତାରପୁର ସାହିବ କରିଡର ଶିଳନ୍ୟାସ କଲେ ଉପରାଷ୍ଟ୍ରପତି

Related posts

ଆସନ୍ତା ବଜେଟରେ ଅରୁଣ ଜେଟଲୀ ଦେଶକୁ ଦେଇପାରନ୍ତି ଏକ ବଡ଼ ଉପହାର

ENO Beuro

ତୃତୀୟ ଏସିଆ-ୟୁରୋପ ସମ୍ମିଳନୀରେ ଯୋଗଦେବା ପାଇଁ ସିଓଲ ଗସ୍ତ କଲେ ଶ୍ରୀ ଥାୱରଚାନ୍ଦ ଗେହଲଟ

ENO Beuro

୨୦୧୮-୧୯ ବଜେଟ : କୃଷି ଓ ଗ୍ରାମ୍ୟ ଉନ୍ନୟନକୁ ଦିଆଗଲା ଅଧିକ ଗୁରୁତ୍ୱ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More