EnewsOdia.Com

ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନିକିଆ ମୟୁରଭଞ୍ଜ ଜିଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଆଦାନି ଫାଉଣ୍ଡେସନ ସହଯୋଗରେ ଆଜି କିସ(କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ)ର ଆବାସିକ ଜନଜାତି ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି । ଏହି ବିଦ୍ୟାଳୟରେ ୧୫୦୦ ଛାତ୍ରଛାତ୍ରୀ ରହି ପାଠପଢ଼ିବାର ସୁବିଧା ରହିଛି । ଏହା ସହିତ ୮ଟି ବ୍ଲକର ୧୮ଟି ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ, ୫ଟି ବ୍ଲକରେ ୫ଟି ହାଇଲେଭଲ୍‌ ସେତୁ, ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟର ନବନିର୍ମିତ ସାଇନ୍ସ ବ୍ଲକ୍, ଭାଲିଆଶୋଳ ଆଦର୍ଶ ବିଦ୍ୟାଳୟ, ସାନଞ୍ଜୟଧାନପୋଷୀ ଏବଂ ଲୁହାଶିଳାଠାରେ ଆଦର୍ଶ ବିଦ୍ୟାଳୟର ନବନିର୍ମିତ ୧୦୦ ସିଟ୍‌ ବିଶିଷ୍ଟ ଛାତ୍ରୀ ନିବାସ ଆଦିର ଉଦ୍‌ଘାଟନ କରିଛନ୍ତି ।

ଏହି  ଅବସରରେ ଜିଲ୍ଲାର ଉନ୍ନତି ପାଇଁ   ୨୦୦ କୋଟି ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ବାରିପଦା ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ୫କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି । ଓଡ଼ିଶାର ବିକାଶ ମାନଚିତ୍ରରେ ମୟୁରଭଞ୍ଜ କିପରି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ, ସେଥିପାଇଁ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି  ମୁଖ୍ୟମନ୍ତ୍ରୀ ।

ପଢନ୍ତୁ: ଶ୍ରୀମନ୍ଦିର ସଂସ୍କାର ମାମଲାରେ ୪ସପ୍ତାହ ଘୁଞ୍ଚିଲା ଶୁଣାଣି

ସମ୍ବନ୍ଧିତ ଖବର

ଶ୍ରୀମନ୍ଦିର ୱାଚ୍‌ ଟାୱାର୍‌ରେ ଚଢ଼ି ଶ୍ରୀମନ୍ଦିର ଭିତର ଫଟୋ ଉଠାଇଲେ ବିଦେଶିନୀ

Ratnamani Maharana

ପ୍ଲାଷ୍ଟିକର ବିକଳ୍ପ ଭାବେ ତିଆରି ହେଉଛି ଘାସରେ ତିଆରି ଷ୍ଟ୍ର’

Ratnamani Maharana

ଡରାଉଛି ଶୀତ, ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

Ratnamani Maharana

ଆଜିଠୁ କାର୍ତ୍ତିକ ମାସ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

Ratnamani Maharana

ଆଜି ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକି

Ratnamani Maharana

ନୂଆ ହିରୋକୁ ମେଡାଲ ଦେଲେ ଟ୍ରମ୍ପ୍‌

Ratnamani Maharana