27.1 C
Bhubaneswar
July 23, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କମଳନାଥ

ମଧ୍ୟପ୍ରଦେଶରେ ଗତ ୧୭ ଦିନ ଧରି ଚାଲିଥିବା ରାଜନୈତିକ ନାଟକ ଉପରେ ଶୁକ୍ରବାର ଏକରକମ ପରଦା ପଡିଛି । ଫ୍ଲୋର ଟେଷ୍ଟ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ କମଳନାଥ । ରାଜ୍ୟପାଳ ଲାଲଜୀ ଟଣ୍ଡନ୍‌ଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି କମଳନାଥ ।ଏହା ପୂର୍ବରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଇସ୍ତଫା ଘୋଷଣା କରିବା ସହ ତାଙ୍କ ୧୫ ମାସର କାର୍ଯ୍ୟକାଳର ଉପଲବ୍ଧି ମଧ୍ୟ ଗଣାଇଥିଲେ ।  ଏହା ସହ ବିଜେପି ବିରୋଧର ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ ମଧ୍ୟ ଆଣିଥିଲେ । ବିଜେପି ପ୍ରଥମ ଦିନରୁ ତାଙ୍କ ସରକାରକୁ ଅସ୍ଥିର କରିବାକୁ ଉଦ୍ୟମ କରିଆସୁଥିଲା ବୋଲି ସେ ଅଭିଯୋଗ କରିଥିଲେ ।

ନିଜ ୧୫ ମାସ ସରକାରର ତୁଳନା ବିଜେପିର ୧୫ ବର୍ଷର ଶାସନ ସହ କରି କମଲନାଥ କହିଥିଲେ  ଯେ, ଆମ ସାଧାରଣ ଲୋକଙ୍କ ପାଇଁ କାମ କରୁଥିଲୁ । ଯାହା ବିଜେପିକୁ ପସନ୍ଦ ଆସିନଥିଲା । ବିଜେପି ଅମଳରେ ମାଫିଆ ଶାସନ ଥିଲା । ଆମେ ମାଫିଆ ରାଜର ଅନ୍ତ ପାଇଁ ଉଦ୍ୟମ କରିଥିଲୁ । ବିଜେପି କୃଶକଙ୍କ ସହ ବିଶ୍ୱାସଘାତ କରୁଥିଲା କିନ୍ତୁ ଆମେ ସେମାନଙ୍କ ପାଇଁ କାମ କରିଥିଲୁ ।କମଲନାଥଙ୍କ ନିଶାନାରେ ବିଦ୍ରୋହୀ କଂଗ୍ରେସ ନେତା ତଥା ନୂଆକରି ବିଜେପିର ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଥିଲେ । ବିଜେପି,କଂଗ୍ରେସର ୨୨ ଜଣ ବିଧାୟକଙ୍କୁ ବନ୍ଧକ ରଖିଛି । ଜଣେ ମହାରାଜା ଓ ତାଙ୍କର ୨୨ ଜଣ ସାଥୀଙ୍କ ସହ ମିଶିକରି ବିଜେପି ଷଡ଼ଯନ୍ତ୍ର କରିଛି ବୋଲି କମଲନାଥ ଅଭିଯୋଗ କରିଛନ୍ତି ।

ପଢନ୍ତୁ: ଭାରତରେ କରୋନା ନେଲା ଆଉ ଜଣଙ୍କ ଜୀବନ, ଏବେ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ପାଞ୍ଚ

Related posts

ଗ୍ୟାଲେରିଆ ମଲ୍‌ ଜବରଦଖଲ ଭାଙ୍ଗିବାକୁ ଡର !

Ratnamani Maharana

୨୦ ତାରିଖ ସକାଳ ସାଢେ ୫ଟାରେ ନିର୍ଭୟା ଦୋଷୀଙ୍କୁ ଫାଶୀ

Ratnamani Maharana

ଜେଏନ୍‌ୟୁରେ ଫି’ ବୃଦ୍ଧିକୁ ନେଇ ତାତିଲେ ଛାତ୍ରଛାତ୍ରୀ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More