‘ମୁଁ ହିରୋ, ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଜବାହରଲାଲ ନେହରୁ ଇନଡୋର୍‌ ଷ୍ଟାଡିୟମ୍‌ରେ ‘ବିଜୁ ଯୁବ ବାହିନୀ’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ହିରୋ,ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ବାହିନୀର ୱେବସାଇଟ୍ ଉନ୍ମୋଚନ କରିବା ସହ ଏକସଙ୍ଗେ ‘ମୁଁ ହିରୋ’ ରଥର ମଧ୍ୟ ଉଦଘାଟନ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଓଡ଼ିଶା ମାଟି ବୀର ମାଟି । ଏ ମାଟିର ସନ୍ତାନ ଓଡ଼ିଶା ପାଇଁ ସଂଗ୍ରାମ କରିଛନ୍ତି । ସମାଜ ପ୍ରତି ଏମାନଙ୍କର ବିଶେଷ ଅବଦାନ ରହିଛି । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ୱେବ୍‌ସାଇଟ୍‌ ଉନ୍ମୋଚିତ ହୋଇଛି । ବିଜୁ ଯୁବ ବାହିନୀ ଅନ୍ତର୍ଗତ ମୁଁ ହିରୋ ମୁଁ ଓଡ଼ିଶା ଅଭିଯାନରେ ୬ଟି ଭ୍ରାମ୍ୟମାଣ ରଥ ଆଗାମୀ ୨ ମାସ ପର୍ଯ୍ୟନ୍ତ ରାଜ୍ୟର ସବୁ ବ୍ଲକ ଓ ପୌରାଞ୍ଚଳରେ ବୁଲିବ।

nabin

ଏହି ଅଭିଯାନ ଦ୍ୱାରା ପ୍ରତ୍ୟେକ ଲୋକଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭା ଚିହ୍ନଟ କରିବା ଓ ସ୍ୱୀକୃତି ଦେବା ଏହି ଯୋଜନାର ମୁଖ୍ୟଲକ୍ଷ୍ୟ ବୋଲି ସେ କହିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଝିଲ୍ଲୀ ଦଳବେହେରା, ମହମ୍ମଦ ଜାଫର ଇକ୍‍ବାଲ, ମୁନି ଟିଗା, ନୀଳମାଧବ ବେହେରା, ସ୍ୱର୍ଣ୍ଣଲତା ଦଳାଇ, ମମତା ଦଳାଇଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ବକ୍ତବ୍ୟ ପ୍ରଦାନ କରିବା ସହିତ ମୁଁ ହିରୋ ‘ସିଗ୍‍ନେଚର ସଙ୍ଗୀତ’ର ଶୁଭ ଉନ୍ମୋଚନ କରିଥିଲେ।

ପଢନ୍ତୁ;ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲା ଦେଶର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ

Related posts

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More