News

ପର୍ଯ୍ୟଟକଙ୍କ ସୁବିଧା ପାଇଁ ୩୪ଟି ପଥପ୍ରାନ୍ତ ସେବା କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ଦୂରଦୂରାନ୍ତରୁ ଯାଉଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟରେ ଭିଡ଼ିଓ କନ୍‌ଫରେନ୍ସିଂ ଦ୍ୱାରା ୩୪ଟି ପଥପ୍ରାପ୍ତ ସୁବିଧା କେନ୍ଦ୍ର ଉଦ୍‌ଘାଟିତ କରିଛନ୍ତି।

ଉକ୍ତ ୩୪ଟି କେନ୍ଦ୍ର ମଧ୍ୟରୁ ୫ଟି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟିତ କରିଥିବା ବେଳେ ଅନ୍ୟ ସ୍ଥାନଗୁଡିକୁ ମନ୍ତ୍ରୀ, ସ୍ଥାନୀୟ ଏମ୍‌ପି ଏବଂ ବିଧାୟକମାନେ ଉଦ୍‌ଘାଟନ କରିଛନ୍ତି।

ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଟଏଲଟ୍‌, କାଫେଟେରିଆ, ପାନୀୟ ଜଳ ଓ ପାର୍କିଂର ସୁବିଧା ରହିଛି । ଯାହାକି ମହିଳାମାନଙ୍କ ପାଇଁ ବେଶ ସୁବିଧାଜନକ ହେବ ବୋଲି ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୫୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ମଧ୍ୟରୁ ୩୪ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

ପଢନ୍ତୁ;ସକାଳୁ ଚାଉଳଧୁଆ ପାଣି ପିଇଲେ ମିଳିଥାଏ ଅନେକ ଫାଇଦା! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାରା ଦେଶର ଅଙ୍ଗନୱାଡ଼ି କର୍ମୀ

ENO Beuro

ନିର୍ମାଣାଧୀନ ବୋମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ପଣ୍ଡା ଇନଫ୍ରା ସଂସ୍ଥା ମାଲିକ ପ୍ରତାପ କିଶୋର ପଣ୍ଡା ଙ୍କ ଆତ୍ମସମର୍ପଣ

ENO Beuro

ଲୋକସଭାରେ ୫ଟି ଭାଷାରେ ଧନ୍ୟବାଦ ପ୍ରସ୍ତାବ ରଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Ratnamani Moharana

1 comment

Leave a Comment