ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

odia

ଓଡିଆ ନବଜାଗରଣକୁ ଆଗେଇନେବ: ମୁଖ୍ୟମନ୍ତ୍ରୀ

ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୦ଟି ଜିଲ୍ଲାରୁ ମାଟି ଅଣାଯାଇ ବକୁଳବନରେ ପକାଯାଇଛି। ପଞ୍ଚସଖା ପୀଠରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପ୍ରଥମେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାପରେ ଏକ ସାଧାରଣ ସଭାରେ ଯୋଗଦେଇଛନ୍ତି।

୧୯୦୯ ରେ ପଞ୍ଚସଖା ସତ୍ୟବାଦୀରେ ବକୁଳ ବନ ବିଦ୍ୟାଳୟ ଗଢ଼ିଥିଲେ । ୧୦୯ ବର୍ଷ ପରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ୱପ୍ନ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାର ପ୍ରସାର, ପ୍ରଚାର ସହ ଉଚ୍ଚତର ଗବେଷଣା ପାଇଁ କାର୍ଯ୍ୟ କରିବ । ପଞ୍ଚସଖାଙ୍କ କର୍ମଭୂମୀ ବନବିଦ୍ୟାଳୟ ପୁଣି ଚଳଚଞ୍ଚଳ ହୋଇ ଉଠିବ । ଓଡିଆ ଭାଷା, ସାହିତ୍ୟ ସଂସ୍କୃତିର ଉଚ୍ଚତର ଗବେଷଣା କ୍ଷେତ୍ରରେ ଏହା କାମ କରିବ।

odia

ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ଏମ୍‌ପି ପିନାକୀ ମିଶ୍ର, ଜିଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଉନ୍ନୟନ ଆୟୁକ୍ତ ଆର୍‌. ଜିଲାପାଳ ଜ୍ୟୋତିପ୍ରକାଶ ଦାସ, ବାଲକ୍ରିଷ୍ଣନ୍‌, ସଂସ୍କୃତି ବିଭାଗର ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଶେଷରେ ଅତିରିକ୍ତ ଜିଲାପାଳ ବିଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଞ୍ଚଶଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ବକୁଳବନକୁ ଯାଇ ସେଠାରେ ୩୦ ଜିଲାରୁ ଅଣାଯାଇଥିବା ମାଟି ଓ ପବିତ୍ର ନଦୀର ଜଳରେ ବକୁଳ ଗଛ ରୋପଣ କରିଥିଲେ।

ପଢନ୍ତୁ; ଭାରତରୁ ଖାଦ୍ୟ ପଦାର୍ଥ କ୍ରୟ କରିବେ ପଶ୍ଚିମ ୟୁରୋପ କମ୍ପାନୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More