News

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଓଡିଶାକୁ ଦିଅ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା

naveen

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦାବି ଦୋହରାଇଛନ୍ତି। ଏ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ବିବେଚନା କରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟାଗୁଡ଼ିକ ପାଉଥିବା ସୁବିଧାସୁଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ନବୀନ । ଯାହାଦ୍ୱାରା ଓଡ଼ିଶାର ଶିଳ୍ପ ବିକାଶ ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହୋଇପାରିବ ବୋଲି ନବୀନ ଯୁକ୍ତି ଉପସ୍ଥାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶାର ସ୍ବତନ୍ତ୍ର ଭୌଗୋଳିକ ପାଣିପାଗ ଅବସ୍ଥିତି ଯୋଗୁଁ ବାରମ୍ବାର ପ୍ରାକୃତିକ ଦୁର୍ବିପାକର ଶିକାର ହେଉଛି। ଏପରିକି ୧୯୦୦ ମସିହାରୁ ୨୦୧୮ ମଧ୍ୟରେ ପ୍ରାୟ ପ୍ରତିବର୍ଷ ବନ୍ୟା, ବାତ୍ୟା, ଘୂର୍ଣ୍ଣିଝଡ଼ ଓ ମରୁଡ଼଼ି ପ୍ରକୋପ ସାମ୍ନା କରୁଛି ଓଡ଼ିଶା। ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳ ଓ ପାଖାପାଖି ୯୦ ପ୍ରତିଶତ ଲୋକ ଏହାଦ୍ବାରା ଗଭୀର ଭାବେ ପ୍ରଭାବିତ େହଉଛନ୍ତି। ରାଜ୍ୟର ୩୫ ପ୍ରତିଶତ ଅଞ୍ଚଳରେ ବନ୍ୟା ଓ ବାତ୍ୟା ଯୋଗୁଁ ଅଧିକ କ୍ଷୟକ୍ଷତି ଘଟୁଛି। ଜଳବାୟୁରେ ବ୍ୟାପକ ପରିବର୍ତ୍ତନ କାରଣରୁ ଉପକୂଳ ଅଞ୍ଚଳଗୁଡ଼ିକ ବାତ୍ୟାପ୍ରବଣ ହୋଇସାରିଲାଣି। ସେହିପରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶା ନିୟମିତ ବ୍ୟବଧାନରେ ମରୁଡି ଦେଖୁଛି।

naveen

ମୁଖ୍ୟମନ୍ତ୍ରୀ ଚିଠିରେ ଜଣାଇଛନ୍ତି ଯେ , ପ୍ରାକୃତିକ ଦୁର୍ବିପାକବେଳେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହେଲେ ତାର ପୁନରୁଦ୍ଧାର ପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ଓ ଜାତୀୟ ସହାୟତା ପାଣ୍ଠିର ବିନିଯୋଗ କରିବାରେ କଟକଣା ରହିଛି। ଜାତୀୟ ବିପର୍ଯ୍ୟୟ ପାଣ୍ଠି ଯେତିକି ରାଜ୍ୟକୁ ମିଳୁଛି ସେଥିରେ ସର୍ବସାଧାରଣ ସମ୍ପତ୍ତି ପୁନରୁଦ୍ଧାର ହୋଇପାରୁନାହିଁ। ଏଥିପାଇଁ ରାଜ୍ୟକୁ ଅଧିକ ଆର୍ଥିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଏସବୁ ଆହ୍ବାନ ସତ୍ତ୍ବେ ଓଡ଼ିଶା ସାମାଜିକ ଓ ଅର୍ଥନୀତି କ୍ଷେତ୍ରରେ ମନ୍ଥର ଗତିରେ ବିକାଶ କରିଚାଲିଛି।

ତାସହ ରେଲ୍‌ୱେ, ବ୍ୟାଙ୍କିଙ୍ଗ୍, ଜାତୀୟ ରାଜପଥ ଓ ବିମାନ କ୍ଷେତ୍ରରେ ବି ଓଡ଼ିଶା ଅବହେଳିତ ବୋଲି ଦର୍ଶାଇଛନ୍ତି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିଲେ ଶିଳ୍ପ ବିକାଶ ସହ ନିଯୁକ୍ତି ବଢ଼ିବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

ପଢନ୍ତୁ;  ମୁଖ୍ୟମନ୍ତ୍ରୀଙ୍କ ‘ମୋ ସ୍କୁଲ’ଯୋଜନା: ୧୬ ଜିଲ୍ଲା ୧୩୯୮ ସ୍କୁଲ ସାମିଲ

Related posts

ସଫେଇ କାର୍ଯ୍ୟ ବେଳେ ପାଇପ୍‌ ଭିତରେ ଫସିଲେ ଶ୍ରମିକ !

ENO Beuro

ଲେଖା ହେଇଥିବା କିମ୍ବା ରଙ୍ଗ ଲାଗିଥିବା ନୋଟ୍‌କୁ ବ୍ୟାଙ୍କ ମନା କରିପାରିବ ନାହିଁ

ENO Beuro

କିସ୍‌କୁ ମିଳିଲା ବିଶ୍ୱର ସମ୍ମାନଜନକ ପରିବେଶ ପୁରସ୍କାର

ENO Beuro

Leave a Comment