News

‘ଫନି’ ପାଇଁ ଓଡିଶାବାସୀଙ୍କୁ ଆତଙ୍କିତ ନହେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଅତି ଭୀଷଣ ଚକ୍ରବାତର ରୂପ ନେଇଛି ‘ଫନି’ । ଏହା ପୁରୀଠାରୁ ୩୬୦ କିଲୋମିଟର ଦୂରରେ ରହିଛି । ବିଶାଖାପାଟଣାରୁ ୨୧୦କିଲୋମିଟର ଦୂରରେ ରହିଛି । ଘଣ୍ଟାକୁ ୧୫ କିଲୋମିଟର ବେଗରେ ‘ଫନି’ ଓଡିଶା ମୁହାଁ ରହିଛି। ‘ଫନି’ ଆସନ୍ତାକାଲି ଅପରାହ୍ନ ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍  କରିବ । ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ। ଏ ନେଇ ଏସଆରସିଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।

ଫାଇଲିନ୍ ଠାରୁ ବଡ ଏବଂ ତିତଲିଠାରୁ କମ୍ ପ୍ରଭାବ ଥିବା ‘ଫନି’ ପାଇଁ ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ, ଆତଙ୍କିତ ହୁଅନ୍ତୁ ନାହିଁ, ଶାନ୍ତ ରୁହନ୍ତୁ ଏବଂ ସରକାରଙ୍କୁ ସହଯୋଗ କରନ୍ତୁ।

ପଢନ୍ତୁ: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

Related posts

ବ୍ୟାପିଲା ବାର୍ଡ ଫ୍ଲୁ, ଆଜିଠାରୁ କୁକୁଡାମରା ଅଭିଯାନ

ENO Beuro

ଦୁର୍ଘଟଣା ରୋକିବା ପାଇଁ ଆମେରିକାରେ ପ୍ରସ୍ତୁତ ହେବାକୁ ଯାଉଛି ନୂତନ ଜ୍ଞାନକୌଶଳ

ENO Beuro

ବାର୍ଡ ଫ୍ଲୁ ପ୍ରଭାବରେ ୫୦ରୁ ଅଧିକ ଗ୍ରାମ, କୁକୁଡା ମରା ସଂଖ୍ୟା ୧୨ ହଜାର ଟପିଲା

ENO Beuro

Leave a Comment