POLITICALS

ବିଜେପୁର ପାଇଁ ନବୀନଙ୍କ ସ୍ଵତନ୍ତ୍ର ପ୍ୟାକେଜ

Nn

୨ ବର୍ଷରେ ଖର୍ଚ୍ଚ ହେବ ୧ହଜାର ୨୯୦କୋଟି ଟଙ୍କା

ବରଗଡ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀର ହେବ କାୟାକଳ୍ପ। ଆଗାମୀ ୨ ବର୍ଷରେ ବଦଳିଯିବ ବିଜେପୁରର ଚିତ୍ର। ଏହିପରି ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥି ପାଇଁ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ ହେବ ୧ହଜାର ୨୯୦ କୋଟି ଟଙ୍କା। ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଜେପୁର ଏବଂ ବରପାଲିରେ ପାନୀୟ ଜଳ ଯୋଗାଣ, ରାସ୍ତାରେ ଆଲୁଅ ବ୍ୟବସ୍ଥା, ରାସ୍ତା, ଡ୍ରେନେଜ, ଟାଉନ ହଲ, କମ୍ୟୁନିଟି କେନ୍ଦ୍ର, କଲ୍ୟାଣ ମଣ୍ଡପ, ଷ୍ଟାଡିୟମ, ମାର୍କେଟ କମ୍ପେ୍ଳକ୍ସ, ପାର୍କ ଓ ଅଫିସ ବିଲଡିଂର ବିକାଶ ପାଇଁ ଏହି ଅର୍ଥ ବିନିଯୋଗ କରାଯିବ।

ବିଜେପୁରରେ ଥିବା ୩୪ ହଜାର କଚା ଘର ପକ୍କା ଘର ହେବା ସହ ଜିଲ୍ଲାରେ ୧୧୨୦ କୋଟିର ୨ଟି ପାଇପ୍ ଜଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫଳରେ ଜିଲ୍ଲାର ୫୦୫ଟି ଗାଁର ୮ ଲକ୍ଷ ଲୋକ ଏହା ଦ୍ୱାରା ଉପକୃତ ହେବେ। ଏଥିସହ ୨ବର୍ଷ ମଧ୍ୟରେ ବିଜେପୁରର ପ୍ରତି ଘରକୁ ପାଇପ ଜଳ ଯୋଗାଣ ହେବ। ଗାଇସିଲଟ ବ୍ଲକ୍‌ରେ ୪୮ କୋଟି ବ୍ୟୟରେ ମେଗା ଉଠା ଜଳସେଚନ ପ୍ରକଳ୍ପ ହେବାସହ ୩ ହଜାର ଏକର ଜଳସେଚିତ ହେବ। ତା’ସହ ୯ଟି ନଦୀ ଉଠା ଜଳସେଚନ ପ୍ରକଳ୍ପ ଓ ୩ ହଜାର ଡିପ୍ ବୋରୱେଲ୍‌ ହେବ।
ପଢନ୍ତୁ: ମେନକା ଗାନ୍ଧି ହେବେ କାମଚଳା ବାଚସ୍ପତି

Related posts

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ‘ନୂଆ ସରକାରର ଶପଥ ଗ୍ରହଣରେ ନିଶ୍ଚିତ ଡାକିବୁ’ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ratnamani Moharana

କେନ୍ଦ୍ରାପଡାରେ ଜୋରଦାର ପ୍ରଚାର ସହ ରୋଡ ସୋ କଲେ ବୈଜୟନ୍ତ ପଣ୍ଡା

Ratnamani Moharana

ଭାରତର ଜଳଅସ୍ତ୍ର ! ପାକିସ୍ତାନକୁ ଆଉ ପାଣି ଛାଡ଼ିବ ନାହଁ ଭାରତ

Ratnamani Moharana

Leave a Comment