POLITICALS

ନିର୍ବାଚନୀ ହିଂସାର ଶିକାର ହେଲେ ବିଜେପି ନେତା : ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ବିଜେପି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନଙ୍କୁ ଅନୁରୋଧ କଲେ  ନବୀନ ପଟ୍ଟନାୟକ

ନିର୍ବାଚନ  ବେଳେ  ପୁଣି ମୁଣ୍ଡ ଗଡାଇଲେ ଅପରାଧୀ। ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଦ୍ରୁବୁତ୍ତମାନେ ଗୁଳି କରି ହତ୍ୟା କଲେ। ଖୋର୍ଦ୍ଧା ନବୀନବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ୨ ଜଣ ଦୁର୍ବୁର୍ତ୍ତ ଏକ ବାଇକରେ ଆସି ମଙ୍ଗୁଳିଙ୍କୁ ଗୁଳି କରି ଚାଲିଯାଇଥିଲେ | ଘଟଣାସ୍ଥଳରେ ମଙ୍ଗୁଳିଙ୍କ ମୃତ୍ୟୁ ହୋଇଛି | ମଙ୍ଗୁଳିଙ୍କୁ ଗୁଳି କରି ୨ ଦୁର୍ବୁର୍ତ୍ତ  ଫେରାର ହୋଇଯାଇଥିଲେ | ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।ଏଥିସହ ନିର୍ବାଚନ କମିଶନ  ଏହି ଘଟଣାକୁ ଗୁରୁତ୍ୱର ସହ ନିଅନ୍ତୁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସ୍‌କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଟ୍ୱିଟ୍‌ କରି ଏଭଳି ହିଂସାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 

ଏଭଳି ହିଂସାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ନିନ୍ଦା  କରିବା ସହ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ଟ୍ୱିଟ୍‌  କରି କହିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ବିଜେଡିର ହାତ ଥିବା ବିଜେପି ଅଭିଯୋଗ କରଯାଇଛି। ମଙ୍ଗୁଳି ଜେନାଙ୍କ ହତ୍ୟାରେ ବିଜେଡି କର୍ମୀଙ୍କ ସଂପୃକ୍ତିକୁ ଖୋର୍ଦ୍ଧାର ବିଜେଡି ବିଧାୟକ ପ୍ରାର୍ଥୀ ଜିତୁ ମିତ୍ର   ଖଣ୍ଡନ କରିଛନ୍ତି।

ପଢନ୍ତୁ: ଇମରାନଙ୍କ ମୋଦିଙ୍କ ସପକ୍ଷରେ ବୟାନ ମୋଦିଙ୍କ ପାଇଁ ବଢାଇଲା ସମସ୍ୟା

Related posts

ପୁଣି ୧୫ ଟିକସ୍‌ ଅଧିକାରୀଙ୍କୁ ତଡିଲେ ମୋଦି

Ratnamani Moharana

ରାଜ୍ୟସଭା ଉପନିର୍ବାଚନ ନାମାଙ୍କନ ଦାଖଲ କଲେ ଅଶ୍ୱିନୀ, ଅମର ଓ ସସ୍ମିତ

Ratnamani Moharana

ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଉପରେ ବିଚାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ENO Beuro

Leave a Comment