ନବୀନଙ୍କ ଦମ୍ଭୋକ୍ତି: ଭୋଟରେ ବିଜେଡି ବହୁତ ଭଲ କରିବ

“ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ ପ୍ରଦର୍ଶନ କରିବ। ଏ ନେଇ ମୁଁ ନିଶ୍ଚିତ ଅଛି।” ଭୋଟ ଉଣେଇଶି ପୂର୍ବରୁ ଏମିତି ଦମ୍ଭ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ବହୁତ ଭଲ ସଫଳତା ପାଇବ। ଉଭୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ଦଳ ଭଲ କରିବ।

 

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ତତ୍କାଳ ପ୍ରଶ୍ନ ଉଠାଇବା ସହିତ କଡ଼ା ସମାେଲାଚନା କରିଛନ୍ତି। କହିଛନ୍ତି, କଂଗ୍ରେସରୁ ଏବେ ବିଧାୟକ ଓ ନେତାଙ୍କୁ ନେଇ ନବୀନ ନିଜ ଦଳରେ ମିଶାଉଛନ୍ତି। ଏହା ହିଁ ସୂଚାଉଛି ଯେ ନବୀନ ପୁଣି ଥରେ ଜିତିବା ନେଇ ତାଙ୍କର ଆତ୍ମବିଶ୍ବାସ ନାହିଁ। କେବଳ ସେତିକି ନୁହେଁ, ନିରଞ୍ଜନ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସଭାକୁ ନ ଆସିବା ପାଇଁ ସରକାର ପକ୍ଷରୁ ଯେତେ ପ୍ରକାରର ବାଧାବିଘ୍ନ ସୃଷ୍ଟି କରିବା କଥା ତାହା କରାଯାଉଛି। ସରକାରୀ ଏଜେଣ୍ଟ ସାଜି ଆରଟିଓ ଓ ଜିଲ୍ଲାପାଳ ଯେତେ ଘରୋଇ ଗାଡି ଅଛି ସବୁ ରିକ୍ୟୁଜିସନ କରିନେଇଛନ୍ତି। ଯେମିତି କଂଗ୍ରେସ ଲୋକେ ରାହୁଲ ଗାନ୍ଧୀଙ୍କ ସଭାକୁ ଆସିପାରିବେ ନାହିଁ। ସେ ନିଜକୁ ଏତେ ଦୁର୍ବଳ କାହିଁକି ଭାବୁଛନ୍ତି ବୋଲି ନିରଞ୍ଜନ ପ୍ରଶ୍ନ ଉଠାଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ବିେଜପି କୌଣସି ପ୍ରତିକ୍ରିୟା ରଖିନାହିଁ।

ପଢନ୍ତୁ;  ଘାଟି ତଳକୁ ଓଲଟିଲା ଟ୍ରକ: ୧୦ ମୃତ, ୩୨ ଆହତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More