Loading...

ସଚିବ ବଡ ନା ମନ୍ତ୍ରୀ, କାହା ନିର୍ଦେଶରେ ହେଲିକପ୍ଟର ବ୍ୟବହାର କରୁଛନ୍ତି ସଚିବ ପ୍ରଶ୍ନର ଉତ୍ତର ଦେଲେ ନବୀନ

ସଚିବ ବଡ ନା ମନ୍ତ୍ରୀ, କାହା ନିର୍ଦେଶରେ ହେଲିକପ୍ଟର ବ୍ୟବହାର କରୁଛନ୍ତି ସଚିବ ପ୍ରଶ୍ନର ଉତ୍ତର ଦେଲେ ନବୀନ

ସିଏମଓ ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିଲେ ଅସୁବିଧା କେଉଁଠି । ଲୋକେ ଖୁସି ଅଛନ୍ତି କହିଲେ ନବୀନ।

ମନ୍ତ୍ରୀ ବଡ଼ ନା ସଚିବ ବଡ଼, ଗଣତନ୍ତ୍ରକୁ ହତ୍ୟା ଭଳି ସ୍ଲୋଗାନ ଦେଇ କିଛି ଦିନ ହେବ ବିରୋଧୀ ହଟ୍ଟଗୋଳ କରୁଥିବା ଦେଖିବାକୁ ମିଳୁଛି। କାହା ନିର୍ଦେଶରେ ହେଲିକପ୍ଟର ବ୍ୟବହାର କରି ଜିଲ୍ଲା ଗସ୍ତ କରୁଛନ୍ତି ସଚିବ ପ୍ରଶ୍ନ ମଧ୍ୟ ବହୁତର ଉଠିସାରିଛି। ଆଜି ବିଧାନ ସଭାରେ ଏସବୁର ଉତ୍ତର ଦେଇଛନ୍ତି ନବୀନ। ବିଧାନସଭାରେ ବିବୃତି ରଖି କହିଛନ୍ତି କି ,ମନ୍ତ୍ରୀ ବଡ଼ ନା ସଚିବ ବଡ଼ର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି ମୋ ସରକାର ଲୋକଙ୍କ ସରକାର ତେଣୁ ଏଥିରେ ନା ସଚିବ ମୁଖ୍ୟ ନା ମନ୍ତ୍ରୀ। କାହା ନିର୍ଦେଶରେ ହେଲିକପ୍ଟର ବ୍ୟବହାର kକରାଯିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତିକି କେଭିଡ ହେତୁ ୨ ବର୍ଷ ହେଲା ବନ୍ଦ ଥିଲା ସିଏମଓ ଅଭିଯୋଗ ପ୍ରକୋଷ୍ଠ। ସେଥିପାଇଁ ସିଏମଓର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ସମାଧାନ ଲାଗି ନିର୍ଦ୍ଦେଶ ଦେଇଥିଲି। ସିଏମଓର ଅଫିସରମାନେ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରି ସମାଧାନର ବାଟ ବାହାର କରୁଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ପାଇଁ ସିଏମଓ ଗତ ୬ ମାସରେ ରାଜ୍ୟର ୧୯୦ ଜାଗାରେ ଲୋକଙ୍କୁ ଭେଟି ୫୭ ହଜାର ୪୪୨ ପିଟିସନ୍‌ ପାଇଥିଲା। ସେଥିରୁ ୪୩,୫୩୬ ପିଟିସନ୍‌ର ସମାଧାନ ହୋଇପାରିଛି। ୫୭ ହଜାର ପିଟିସନ ପାଇଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିବାକୁ ପଡ଼ିଥାନ୍ତା। ଏଥିପାଇଁ ଲୋକଙ୍କ ଯିବା ଆସିବା, ରହିବା ପାଇଁ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ଲୋକଙ୍କ ଦୈନିକ ମଜୁରୀ ମଧ୍ୟ ହାତଛଡ଼ା ହୋଇଥାନ୍ତା। ଲୋକଙ୍କ ପାଖରେ ପହଞ୍ଚି ସେବା ଦେବାରେ ସିଏମଓର ତ୍ରୁଟି ନାହିଁ। କୋଭିଡ ବେଳେ ବି ଏହି ଟିମ୍  ଜିଲ୍ଲା ଗସ୍ତ କରିଥିଲେ।

ହେଲିକେପ୍ଟର ପ୍ରସଙ୍ଗରେ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ହେଲିକପ୍ଟର ବ୍ୟବହାର ହୋଇ ନଥିଲେ ସାରା ରାଜ୍ୟ ବୁଲି ଅଭିଯୋଗ ଶୁଣାଣି କରିବାକୁ ଦେଢ ବର୍ଷ ଲାଗିଥାନ୍ତା। ଗତ ସାଢେ ତିନି ବର୍ଷରେ ହେଲିକପ୍ଟର ବାବଦକୁ ସରକାର ୪୦ କୋଟି ଖର୍ଚ୍ଚ କରିଛନ୍ତି। ମାସିକ କୋଟିଏରୁ ଦେଢ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଥିଲା।

ସିଏମଓ ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିଲେ ଅସୁବିଧା କେଉଁଠି । ଲୋକେ ଖୁସି ଅଛନ୍ତି । ରାଜନୀତି କାରଣରୁ ଏହାର ବିରୋଧ ନ କରାଯାଉ । ରାଜ୍ୟରେ ଏପରି ବିରୋଧୀ ଜନବିରୋଧୀ ଲୋକ ଏହାର ଉପଯୁକ୍ତ ଜବାବ ଦେବେ । ଲୋକଙ୍କ ପାଇଁ ସର୍ବଦା ମୋ ସରକାର କାମ କରୁଛି ।"

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.