POLITICALS

ସୋମବାର ଶପଥ ନେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Nn

ଓଡ଼ିଶା ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ନବୀନ । ଥରେ ଦି ଥର ନୁହଁ ଲଗାତର ୫ ଥର ଜିତିଲା ବିଜେଡି। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନବୀନ। ପ୍ରମୁଖ ଓ ପ୍ରଥମ କାରଣ ନବୀନଙ୍କ ଭାବମୂର୍ତ୍ତି । ୧୯ ବର୍ଷ କାଳ କ୍ଷମତାରେ ରହିବା ପରେ ମଧ୍ୟ ତାଙ୍କ ନାଁରେ କୌଣସି ଦୁର୍ନୀତି ଅଭିଯୋଗ ଆସି ନାହିଁ କି, ଅହଂ ଭାବ ଦେଖିବାକୁ ମିଳି ନାହିଁ। ଏହି ବ୍ୟକ୍ତିତ୍ୱ ଓଡ଼ିଶାବାସୀଙ୍କୁ ଆକୃଷ୍ଟ କରିଛି।

ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସିବ। ଏଠାକୁ ସମସ୍ତ ନବନିର୍ବାଚିତ ପ୍ରାର୍ଥୀଙ୍କୁ ଡକା ଯାଇଛି। ବୈଠକ ପରେ ଶପଥ ଗ୍ରହଣ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯିବ। ତେବେ ସେ ଆସନ୍ତା ସୋମବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ବିଜେଡି ଏଥର ୧୧୨ଟି ବିଧାନସଭା ଆସନ ଓ ଲୋକସଭା ନିର୍ବାଚନରେ ୨୧ଟି ଲୋକସଭା ଆସନରୁ ବିଜେଡି ଜିତି ଇତିହାସ ରଚିଛି।

ପଢନ୍ତୁ: ଓଡ଼ିଆ ମହିଳା ଏଭରେଷ୍ଟ ଆରୋହରଣକାରିଣୀ କଳ୍ପନା ଦାସଙ୍କ ପରଲୋକ

 

Related posts

୧୪୪ ଧାରା ସତ୍ତ୍ୱେ ସ୍ୱାଭାବିକ ଅଛି ଜମ୍ମୁ ଓ କଶ୍ମୀରର ସ୍ଥିତି

Ratnamani Moharana

ପାକିସ୍ତାନକୁ ଆମେରିକାର କଡା ତାଗିତ

Ratnamani Moharana

ପରାଜିତ ହେଲେ ମିଜୋରମ ମୁଖ୍ୟମନ୍ତ୍ରୀ ଥାନହଲା

ENO Beuro

Leave a Comment