• Home
  • POLITICALS
  • ଆବଶ୍ୟକ ହେଲେ ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ :ନବୀନଙ୍କ ଚେତାବନୀ
POLITICALS

ଆବଶ୍ୟକ ହେଲେ ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ :ନବୀନଙ୍କ ଚେତାବନୀ

ତୃତୀୟ ମହଲାକୁ ହେଉଥିବା ଘନ ଘନ ଶାଣିତ ଆକ୍ରମଣର ଜବାବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯେଉଁମାନେ ତୃତୀୟ ମହଲାକୁ ଟାର୍ଗେଟ କରୁଛନ୍ତି, ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ପ୍ରସଙ୍ଗ ନ ଥିବାରୁ ସେମାନେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରୁଛନ୍ତି ।ବୈଜୟନ୍ତ ପଣ୍ଡା ତୃତୀୟ ମହଲାକୁ ଟାର୍ଗେଟ କରୁଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଯେଉଁ ଦଳୀୟ ନେତା ତୃତୀୟ ମହଲାକୁ ଟାର୍ଗେଟ କରିଛନ୍ତି, ତାଙ୍କୁ ସମୟ ଆସିଲେ ଉତ୍ତର ଦିଆଯିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହି ବୟାନ ପରେ ନିଜ ଟ୍ଵିଟର ଜରିଆରେ ଜବାବ ଦେଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। , ସେ  ଟ୍ଵିଟ୍‌ କରି କହିଛନ୍ତି ଯେ ପ୍ରସଙ୍ଗ ନ ଥିଲା ତ ମୁଁ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ବେଳେ କାହିଁକି ୫ ପ୍ଲାଟୁଡ଼୍‍ ଫୋସ ନିଶ୍ଚିନ୍ତାକୋଇଲି ଓ ବଚୁହାଳେରେ ନିୟାଜନ କରାଗଲା। ବିଜୁ ବାବୁ ମଧ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନେଉଥିଲେ। ମୁଁ ଏବେ ବି ମୋ ଦଳର ନେତାଙ୍କୁ ମୋ ବିଶ୍ୱନୀୟତା ପରୀକ୍ଷା କରିବାକୁ ଅନୁରୋଧ କରୁଛି ବୋଲି ବୈଜୟନ୍ତ ଟ୍ଵିଟ୍‌ କରି ତୃତୀୟ ମହଳା ସହିତ ଚାଲିଥିବା ବିବାଦକୁ ନୂଆ ମୋଡ଼ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ଏବେ ରାଜ୍ୟର ବିକାଶ କାର୍ଯ୍ୟରେ ବ୍ୟସ୍ତ ରହୁଛି । ବିଜେଡି ସବୁବେଳେ ବିକାଶମୂଳକ କାମ କରି ଆସୁଥିବାବେଳେ ଓଡିଶାବାସୀ ବିଜେଡିର ବିକାଶମୂଳକ କାମକୁ ଭଲ ଭାବେ ଜାଣନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ନିଶ୍ଚିତକୋଇଲି ବାହାଳୋରେ ଏକ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ ପାଇଁ ବିଜେଡ଼ିର ଏକ ଗୋଷ୍ଠୀ ବିରୋଧ କରିଥିଲେ । କଡ଼ା ସୁରକ୍ଷା ମଧ୍ୟରେ ସାଂସଦ ବୈଜୟନ୍ତ ପଣ୍ଡା ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ଅବସରରେ ବୈଜୟନ୍ତ ସିଧାସଳଖ ତୃତୀୟ ମହଲାର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେଉଁ ସରକାରୀ ଅଧିକାରୀମାନେ ନିଜ କର୍ତ୍ତବ୍ୟର ଲକ୍ଷ୍ମଣ ରେଖାକୁ ଭୁଲି ରାଜନୀତିର ଦଳୀୟ କାର୍ଯ୍ୟରେ ସାମିଲ ହେଉଛନ୍ତି ସେମାନଙ୍କୁ ସମ୍ମାନ ଦେବା ଉଚିତ ନୁହେଁ ବୋଲି ସେ କହିଥିଲେ ।

ଆବଶ୍ୟକ ହେଲେ ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ :ନବୀନଙ୍କ ଚେତାବନୀ Naveen Patnaik PTI

ପଢନ୍ତୁ ;

ଆଉ ଏକ ପରୀକ୍ଷା ହେବ ସେଞ୍ଚୁରିଅନ୍‌ରେ ; ଭାରତ ପାଇଁ ‘କର ବା ମର’

Related posts

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଟକ୍କର, ବିଜେପିର ପ୍ରେମ ଧୂମଲ ନା କଂଗ୍ରେସର ବୀରଭଦ୍ର ସିଂ ଅକ୍ରିରୁ

Krishna Kumar Manoj

ଉପ ନିର୍ବାଚନ : କଂଗ୍ରେସ ପୋଛିନେଲା ୩ଟି ଯାକ ଆସନ , ସଫା ହେଲା ବିଜେପି

Krishna Kumar Manoj

ହିମାଚଳ ପ୍ରଦେଶରେ ମତଦାନ ରେ ଆଶାଠାରୁ ଅଧିକ ଫଳ, ସୃଷ୍ଟିକଲା ରେକର୍ଡ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More