News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ

cm

ବିଳାସପୁର ଜେଲରୁ କଏଦୀ ଦେଇଛି ଧମକ

ଛତିଶଗଡ଼ର ବିଳାସପୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଥିବା ଜଣେ ମାନସିକ ବିକାରଗ୍ରସ୍ତ କଏଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଧମକ ଦେଇ ଏକ ଚିଠି ଲେଖିଥିବା ଜଣାପଡିଛି। ସେ ହେଉଛନ୍ତି କୁଖ୍ୟାତ ଡକାୟତ ପୁଷ୍ପେନ୍ଦ୍ର ଚୌହାନ ଏଭଳି ଧମକପୂର୍ଣ୍ଣ ଚିଠି ପଠାଇଛନ୍ତି। ଏପରିକି ଚିଠିଟି ନିଜେ ଲେଖିଥିବା ସ୍ୱୀକାର ମଧ୍ୟ କରିଛି ପୁଷ୍ପେନ୍ଦ୍ର। ବ୍ୟାଙ୍କ ଲୁଟ ମାମଲାରେ କୋର୍ଟ ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଜେଲ ପରିସରରୁ ଏଭଳି ଚିଠି ଆସିବା ପରେ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

cm

ଏହି ଚିଠି ଓଡିଶା ସରକାରଙ୍କ ହସ୍ତଗତ ହେବା ପରେ ଏ ସଂକ୍ରାନ୍ତରେ ଛତିଶଗଡ଼ ପୁଲିସ ମହାନିର୍ଦ୍ଦେଶକ ଏ ଏନ ଉପାଧ୍ୟାୟଙ୍କୁ ଅବଗତ କରାଯାଇଥିଲା। ସେ ଏହାର ତଦନ୍ତ ଦାୟିତ୍ଵ ବିଳାସପୁର ଏସପି ଆରିଫ ଶେଖଙ୍କୁ ଦେଇଥିଲେ। ଆରିଫ ଘଟଣାର ଯାଞ୍ଚ କରିବାକୁ ଏଏସପି ନୀରଜ ଚନ୍ଦ୍ରାକରଙ୍କୁ କହିଥିଲେ।

ପଢନ୍ତୁ; ଏସୀୟ କ୍ରୀଡା ୨୦୧୮ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Related posts

ଜାମ୍ମୁରେ ସେନା ଯବାନଙ୍କ ଅପହରଣ ଘଟଣା ଗୁଜବ

ENO Beuro

ବିନା ଲଗଇନରେ କେମିତି କରିବେ ଆଧାର ସହ ପିଏଫ ଆକାଉଂଟକୁ ଲିଙ୍କ ! ଆସନ୍ତୁ ଜାଣିବା କିଛି ନୂଆ ଉପାୟ

ENO Beuro

ପିକ୍‌ନିକ୍‌ ହେଲା କାଳ: ବୁଡିଗଲା ଡଙ୍ଗା,୯ ମୃତ

ENO Beuro

Leave a Comment