News

ଆଜି ନବୀନ ଯିବେ ସୁରଟ,ଯୋଗଦେବେ ‘ଓଡ଼ିଶା ମହୋତ୍ସବ’ରେ

naveen

ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ମହୋତ୍ସବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୁଜୁରାଟର ସୁରଟ ଗସ୍ତରେ ଯାଉଛନ୍ତି। ସେଠାରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ଯୋଗ ଦେବେ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଆଜି ଦିନ ୧୧ଟାରେ ସୁରଟ ଅଭିମୁଖେ ଯାତ୍ରା କରିବେ । ସେଠାରେ ସେ ସନ୍ଧ୍ୟାରେ ଓଡ଼ିଶା ମହୋତ୍ସବରେ ସାମିଲ୍ ହେବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ ।

naveen

ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ପ୍ରବାସୀ ଓଡ଼ିଆଙ୍କୁ ଅବଗତ କରାଇବାକୁ ଏକ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି । ଏଠାରେ ଦେଖିବାକୁ ମିଳିବ ଓଡ଼ିଆ ସଂସ୍କୃତି, ପରଂପରାର ଝଲକ । ସୁରତରେ ବାସ କରନ୍ତି ୮ଲକ୍ଷରୁ ଅଧିକ ଓଡିିଆ । ମହୋତ୍ସବ ଓଡ଼ିଶା ସହ ଯୋଡ଼ିବାକୁ ଏକ ପ୍ରୟାସ । ଏହାସହ ମୁଖ୍ୟମନ୍ତ୍ରୀ ଦାସ୍କରୋଇ ଜିଲ୍ଲାରେ ଥିବା ଶ୍ରୀ ସତ୍ୟସାଇ ହାର୍ଟ ହସ୍ପିଟାଲ ପରିଦର୍ଶନ କରିବା ସହ ସେଠାରେ ଚିକିତ୍ସିତ ଓଡ଼ିଆ ରୋଗୀଙ୍କ ଭେଟିବାର କାର‌୍ୟ୍ୟକ୍ରମ ରହିଛି ।

ସେପଟେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମଧ୍ୟ ଓଡିଶା ଆସୁଛନ୍ତି। ରାଫେଲ ପ୍ରସଙ୍ଗରେ େଦଇଥିବା ସୁପ୍ରିମକୋର୍ଟଙ୍କ ରାୟ ପରିେପ୍ରକ୍ଷୀରେ ସେ ଏଠାରେ ସାମ୍ବାଦିକ ସମ୍ମିଳନୀ କରିବେ। ଉଭୟ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

ପଢନ୍ତୁ; ଆଜି ସନ୍ଧ୍ୟାରେ ଆନ୍ଧ୍ରରେ ମାଡ ହେବ ‘ପେଥାଇ’,ଦକ୍ଷିଣ-ପଶ୍ଚିମରେ ପ୍ରବଳ ବର୍ଷା

Related posts

ନାବାଳିକା ଦୁଷ୍କର୍ମ ମାମଲା:ବାବା ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ!

ENO Beuro

୨୦୧୮ ବଜେଟ୍ :କୃଷକଙ୍କଠୁ ନେଇ ଚାକିରିଆଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ସୁହାଇବ ଜେଟଲୀଙ୍କ ଉପହାର

ENO Beuro

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଯୋଗ ମୁଡରେ ଭାରତବାସୀ

Ratnamani Moharana

Leave a Comment