News

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହେଲା ‘ସରଗି ଫୁଲ୍‌’

cm

ରାଜଧାନୀରେ ଖୋଲିବ ସବୁଦିନିଆ ଆଦିବାସୀ ହାଟ

ରାଜଧାନୀ ଭୁବନେଶ୍ବରରେ ‘ସରଗି ଫୁଲ୍‌’ ୨୦୧୮କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକର୍ମ ତିନିଦିନ ଧରି ଚାଲିବ। ଏଥିରେ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ । ଆଦିବାସୀ ହାଟ ପାଇଁ ଭିତିପ୍ରସ୍ତର ସ୍ଥାପନ କଲେ ନବୀନ । ପ୍ରଥମ ପର୍ଯ୍ୟାୟରେ ୪ କୋଟି ଟଙ୍କା ବ୍ୟୟ ହେବ ।ଏହି ହାଟରେ କେବଳ ଆଦିବାସୀ ସାମଗ୍ରୀ ଉପଲବ୍ଧ ହେବ ।

cm

ଏହି ମହୋତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନଜାତି ବର୍ଗର ପିଲା ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ସେ ଛାତ୍ର ବୃତ୍ତି, ଛାତ୍ରାବାସ ଓ କୋଚିଂ ସେଂଟର ସମ୍ପର୍କରେ ଉଲ୍ଲେଖ କରିଥିଲେ । ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ,ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ୯୨୫ଜଣ ଛାତ୍ରଛାତ୍ରୀ, ୧୪୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ବିଭିନ୍ନ ବିଭାଗରେ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜିତ ହେବ।

ପଢନ୍ତୁ; ନିୟମିତ ବ୍ୟାୟାମ ପରେ ଶରୀରକୁ ନିରୋଗ ରଖିବା ପାଇଁ କଣ କରିବା ଉଚିତ ଜାଣିରଖନ୍ତୁ 

Related posts

ଦିଲ୍ଲୀ ରୋହିଙ୍ଗ୍ୟା ଶିବିରରେ ଅଗ୍ନିକାଣ୍ଡ : ନିଆଁରେ ସମଗ୍ର ବସ୍ତି ପୋଡି ପାଉଁଶ!

ENO Beuro

ଆସନ୍ତା ୨୪ରେ ଓଡିଶା ଆସିବେ ଅମିତ ଶାହା

ENO Beuro

ଭାରତୀୟ ବାୟୁସେନା ମିଗ୍‌-୨୧ ଦୁର୍ଘଟଣା ଗ୍ରସ୍ତ,୨ ପାଇଲଟ ମୃତ

ENO Beuro

Leave a Comment