News

୧୫ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂଆ ନିଯୁକ୍ତି ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ

୧୫ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂଆ ନିଯୁକ୍ତି ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୧୫ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ରାଜ୍ୟ ସଚିବାଳୟରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏସବୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

୧୫ ଶିଳ୍ପ ପ୍ରକଳ୍ପ ମଧ୍ୟରେ ରହିଛି ବାଲେଶ୍ୱରରେ ଥିବା ଫାଲକନ୍ ମେରାଇନ୍ ଏକ୍ସପର୍ଟ ଲିମିଟେଡର ସିଫୁଡ୍ ପ୍ରୋସେସିଂ ପ୍ଲାଣ୍ଟ। ଏହି ପ୍ଲାଣ୍ଟକୁ ଦେଶର ସବୁଠାରୁ ବୃହତ ସିଫୁଡ ପ୍ଲାଣ୍ଟ ବୋଲି କୁହାଯାଇଛି। ସେହିପରି  କଟକ ରାମଦାସପୁରରେ ଜୟ ଭାରତ ମସଲାର ସମ୍ପ୍ରସାରଣକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧାରେ ଇଣ୍ଡୋ ନିସିନ୍ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡର ଇନଷ୍ଟାଣ୍ଟ ନୁଡୁଲ୍ସ ପ୍ରଡକସନ୍ ଫେସିଲିଟିକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଶିଳ୍ପଗୁଡିକ ପାଇଁ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ‘ଗୋ ସୁଇଫ୍ଟ ଲଞ୍ଚ’ ହୋଇଛି।

ଖୋର୍ଦ୍ଧା, କଟକ, କଳିଙ୍ଗନଗର, ଭୁବନେଶ୍ୱରରେ ହେବାକୁ ଥିବା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିରେ ରାଜ୍ୟର ୮୮୦୦ ଜଣ ନାଗରିକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ପ୍ରକଳ୍ପକୁଡ଼ିକ ପାଇଁ ୧୧ ହଜାର ୬୯୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।  ମୁଖ୍ୟତଃ ସାର, ସିମେଣ୍ଟ, ଖାଦ୍ୟ ପ୍ରକ୍ରିୟାକରଣ, ସୌରଶକ୍ତି, ଜୈବ ପ୍ରଯୁକ୍ତି, ସାମୁଦ୍ରିକ ଉତ୍ପାଦ ଓ ବିଦ୍ୟୁତ କ୍ଷେତ୍ରରେ ପୁଞ୍ଜି ନିବେଶ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,-ସରକାରଙ୍କ ଭିଜନ ୨୦୨୫କୁ ସଫଳ କରିବା ପାଇଁ ୩୦ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ଅଢେଇ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ।

ଏହା ସହିତ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଉନ୍ମୋଚନ ହୋଇଛି। ଆସନ୍ତା ବର୍ଷ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ମେକ୍ ଇନ୍ ଓଡିଶା କନକ୍ଲେଭ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

୧୫ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂଆ ନିଯୁକ୍ତି ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ

ପଢନ୍ତୁ, ଯାତ୍ରା ସମୟରେ ବିରାଡି ନୁହେଁ , ବରଂ ଏହି ଜୀବଜନ୍ତୁମାନଙ୍କୁ ଦେଖିବା ଅଶୁଭକର

Related posts

କଟକରେ ଆଜିଠୁ ଚିଟ୍‌ଫଣ୍ଡ ଅର୍ଥ ଫେରସ୍ତ

ENO Beuro

ଭାରତ ଫେରିଲେ ସାଉଦିରେ ଫସିରହିଥିବା ୯ ଓଡିଆ ଶ୍ରମିକ

Ratnamani Moharana

ଲାଗି ରହିବ କାଳବୈଶାଖୀ! ଆଗାମୀ ୨୪ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସହ ୫୦ରୁ ୬୦କିମି ବେଗରେ ବହିବ ପବନ

ENO Beuro

1 comment

Leave a Comment