News

ପୁଲୱାମା ଆକ୍ରମଣରେ ସହିଦ ଦୁଇ ଓଡିଆ ଯବାନଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ସହିଦ ଓଡିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଜାମ୍ମୁ ଓ କାଶ୍ମୀରର  ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶହୀଦଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରିଛନ୍ତି। ଦୁଇ ସହିଦ ଯବାନ ମାନେ ହେଲେ  ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ପାରିଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁକଟକ ଜିଲା ନିଆଳି ରତନପର ଗ୍ରାମର ମନୋଜ କୁମାର ବେହେରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶହୀଦ ଓଡ଼ିଆ ଯବାନଙ୍କ ପରିବାର ସହ କଥା ହେବା ସହ ଗଭୀର ସମବେଦନା ଜଣାଇଛନ୍ତି।
ପ୍ରସନ୍ନ ସିଆର୍‌ପିଏଫ୍‌ ୬୧ ବାଟାଲିୟନରେ କାର୍ଯ୍ୟରତ ଥିଲେ। ସେହିଭଳି ମନୋଜ କନେଷ୍ଟବଲ ପୋଷ୍ଟରେ ମୁତୟନ ଥିଲେ। ଗୁରୁବାର ରାତିରେ ନାଉଗାଁ ଥାନାରେ ପ୍ରସନ୍ନଙ୍କ ଶହୀଦ ହେବା ଖବର ପହଞ୍ଚିଥିଲା। ପରେ ତାଙ୍କ ଘରକୁ ଏହି ଖବର ଜଣାଇ ଦିଆଯାଇଥିଲା। ଶୁକ୍ରବାର ତାଙ୍କ ମୃତ ଶରୀର ତାଙ୍କ ଗାଁରେ  ପହଞ୍ଚିଥିବା ଜଣାପଡ଼ିଛି। ସେହିଭଳି ମନୋଜ କିଛି ମାସ ତଳେ ଗାଁକୁ ବୁଲିବା ପାଇଁ ଆସିଥିଲେ। ଏହି ଖବର ପାଇବା ପରେ ତାଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି।

 

 

ପଢନ୍ତୁ:ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ବ୍ରେଡ ହାଲୁଆ

 

Related posts

ଅଯୋଧ୍ୟା-ବାବ୍ରୀ ବିବାଦ: ସୁପ୍ରିମକୋର୍ଟ ନିଯୁକ୍ତ କଲେ ମଧ୍ୟସ୍ଥି

Ratnamani Moharana

୭ମ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଆଦିତ୍ୟ ପ୍ରସାଦ ପାଢୀ

Ratnamani Moharana

ଆରମ୍ଭ ହେଲା ଚଳିତ ବର୍ଷର ଅମରନାଥ ଯାତ୍ରା

ENO Beuro

Leave a Comment