ଶ୍ରମିକଙ୍କ ସହାୟତା ପାଇଁ ଇ-ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଇ-ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏପ୍ରିଲ ୩ରୁ ୯ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ନିର୍ମାଣ ଶ୍ରମିକ ସେବା ସପ୍ତାହ । ମଙ୍ଗଳବାର ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ନିର୍ମାଣ ଶ୍ରମିକ ସେବା ସପ୍ତାହର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନିର୍ମାଣ ଶ୍ରମିକଙ୍କ ରେଜିଷ୍ଟ୍ରେସନ୍‌ର ସୁବିଧା ପାଇଁ ଇ-ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହାଦ୍ବାରା ଶ୍ରମିକମାନେ ଅନ୍‌ଲାଇନ୍‌ ମାଧ୍ୟମରେ ସେମାନଙ୍କ ପଞ୍ଜୀକରଣ କରିପାରିବେ । ଶ୍ରମିକମାନଙ୍କୁ ଆଉ ଅଯଥା ଶ୍ରମ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି  ଯେ ଶ୍ରମିକମାନେ ହେଉଛନ୍ତି ବିକାଶର ଆଧାର। ଓଡ଼ିଶାର ବିକାଶରେ ଶ୍ରମିକମାନଙ୍କର ତ୍ୟାଗ ରହିଛି । ବିଜୁ ଏକ୍ସପ୍ରେସ୍‌ ଓ୍ବେ , ନୂଆ ମେଡିକାଲ କଲେଜ ନିର୍ମାଣ ତଥା ଉତ୍କଳ ଗୌରବ ମଧୁସୂଦନ ସେତୁ ଆଦି ବୃହତ ପ୍ରକଳ୍ପ ନିର୍ମାଣରେ ଶ୍ରମିକମାନଙ୍କର କଠିନ ପରିଶ୍ରମର ନିଦର୍ଶନ ରହିଛି । ବର୍ତ୍ତମାନସୁଦ୍ଧା ୨୨ ଲକ୍ଷରୁ ଅଧିକ ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ୧୧ ଲକ୍ଷରୁ ଅଧିକ ଶ୍ରମିକ ଏବଂ ସେମାନଙ୍କ ପରିବାରକୁ ୮ଶହ କୋଟିର ସହାୟତା ଦିଆଯାଇଛି। ୮ହଜାର ପରିବାରକୁ ଘର ଯୋଗାଇ ଦିଆଯାଇଛି ।

ଏପରିକି ଅଧିକରୁ ଅଧିକ ଶ୍ରମିକ ଯେପରି ସୁବିଧାରେ ଘର ପାଇପାରିବେ, ସେଥିପାଇଁ ବିଭିନ୍ନ ଯୋଗ୍ୟତା ନିୟମାବଳୀକୁ କମାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ସୁବିଧା ନିମନ୍ତେ ୨ଟି ପୋର୍ଟାଲ ଉନ୍ମୋଚନ କରିଥିଲେ । ଏହାଦ୍ୱାରା ଶ୍ରମିକମାନେ ନିଜ ଘରେ ବସି ସୁବିଧାରେ ପଞ୍ଜୀକରଣ କରିପାରିବେ। ଫଳରେ ସେମାନଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ସୁବିଧା ମିଳିପାରିବ। ଏହାଛଡା ମୁଖ୍ୟମନ୍ତ୍ରୀ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ କରି ଏକ ସଚେତନତା ରଥଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ପର୍ଯ୍ୟଟନ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଓ ବିଭାଗୀୟ ପ୍ରମୁଖ ସଚିବ ଅନୁ ଗର୍ଗ ପ୍ରମୁଖ ଯୋଗ ଦେଇଥିଲେ ।

ପଢନ୍ତୁ ;

ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ କେଉଁ ବସ୍ତୁ ଦ୍ଵାରା ଅଭିଷେକ କଲେ ପୂର୍ଣ୍ଣ ହେବ ମନସ୍କାମନା

ମଙ୍ଗଳବାର ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ନିର୍ମାଣ ଶ୍ରମିକ ସେବା ସପ୍ତାହର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ - 91%

91%

ଏହି ଅବସରରେ ନିର୍ମାଣ ଶ୍ରମିକଙ୍କ ରେଜିଷ୍ଟ୍ରେସନ୍‌ର ସୁବିଧା ପାଇଁ ଇ-ପୋର୍ଟାଲର ଶୁଭାରମ୍ଭ କରିଛନ୍ତି - 89%

89%
90%

Very Good!

ଶ୍ରମିକଙ୍କ ସହାୟତା ପାଇଁ ଇ-ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଏପ୍ରିଲ ୩ରୁ ୯ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ନିର୍ମାଣ ଶ୍ରମିକ ସେବା ସପ୍ତାହ । ମଙ୍ଗଳବାର ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ନିର୍ମାଣ ଶ୍ରମିକ ସେବା ସପ୍ତାହର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନିର୍ମାଣ ଶ୍ରମିକଙ୍କ ରେଜିଷ୍ଟ୍ରେସନ୍‌ର ସୁବିଧା ପାଇଁ ଇ-ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହାଦ୍ବାରା ଶ୍ରମିକମାନେ ଅନ୍‌ଲାଇନ୍‌ ମାଧ୍ୟମରେ ସେମାନଙ୍କ ପଞ୍ଜୀକରଣ କରିପାରିବେ ।

No Votes Yet

You're not rated yet