News

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ? ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

୩ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

କେଉଁ ପରିସ୍ଥିତିରେ ପୁରୀ ଜଗନ୍ନାଥ ମନ୍ଦିରରେ ଥିବା ରତ୍ନଭଣ୍ଡାରର ଚାବି ହଜିଲା ତା’ର ବିଚାର ବିଭାଗୀୟ ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଆଲୋଚନା କରିବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ୩ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଘଟଣାର ତଦନ୍ତ କରିବେ । ୩ ମାସ ଭିତରେ ଘଟଣାର ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଗତ ଦୁଇଦିନ ହେଲା ରତ୍ନଭଣ୍ଡାରର ଚାବି ହଜିବା ନେଇ ବିବାଦ ଲାଗିରହିଛି । ଶଙ୍କରାଚାର୍ଯ୍ୟ ବି ଏ ବାବଦରେ ମୁହଁ ଖୋଲିଛନ୍ତି । ଏଭଳି ସ୍ଥିତିରେ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ ରଖିବା ନେଇ ଦୁଇଦିନ ହେଲା ଚାପ ବଢୁଥିଲା ।

ରତ୍ନଭଣ୍ଡାର ଚାବି ହଜିଥିବା କଥା ଏପ୍ରିଲ୍‌ ୫ ତାରିଖରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସମଗ୍ର ଓଡ଼ିଶାରେ ଜନ ଅସନ୍ତୋଷ ଦେଖାଦେଇଥିଲା ।ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଥିବା ଜଣାପଡିବା ପରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଏପରିକି ଏହି ସମ୍ବେଦନଶୀଳ ପୁରୀ ଶଙ୍କରାଚାର୍ୟ୍ୟ ଚାବି ହଜିଯିବା ଘଟଣାର ଯାଂଚ ପାଇଁ କମିସନ ଗଠନ କରିବାକୁ ଦାବି କରିଥିଲେ । ଏଥିସହ କିଛି ଦିନ ତଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଯେପରି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ଠିକ୍ ସେହିପରି ଚାବି ହଜିବା ଘଟଣାର ତଦନ୍ତ ପାଇଁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଥିଲେ । ଏବେଠାରୁ ସତର୍କ ନହେଲେ ଶ୍ରୀମନ୍ଦିର ପ୍ରତି ବିପଦ ଆସିପାରେ ବୋଲି ଶଙ୍କରାଚାର୍ୟ୍ୟ ନିଶ୍ଚଳନାନ୍ଦ ସରସ୍ୱତୀ କହିଥିଲେ ।

କେଉଁ ପରିସ୍ଥିତିରେ ରତ୍ନଭଣ୍ଡାର ଚାବି ହଜିଲା, କାହିଁକି ହଜିଲା ଏବଂ ଏଥିପାଇଁ କିଏ ଦାୟୀ ଏବଂ ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷା ଅଛି କି ନାହିଁ ସେ ନେଇ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଦ୍ଦେଶ ଦେଇଛନ୍ତି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ? ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ? ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ratna bhandar

ପଢନ୍ତୁ ;

କଂଗ୍ରେସ କର୍ମୀଙ୍କ ଦାଦାଗିରି : ଆଇଟିଆଇ ଛାତ୍ରଙ୍କୁ ଆକ୍ରମଣ, ମଧୁପାଟଣା ଥାନାରେ ଏତଲା !

Related posts

Mobile Medical Units (MMUs) Started To Provide Healthcare Facilities In Rural Odisha

ENO Beuro

ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର

ENO Beuro

ଓଡିଶାକୁ ଆସୁଛି ଲଘୁଚାପ ,୧୦ରୁ ବର୍ଷା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More