News

ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆତ୍ମବିଶ୍ୱାସର ସହ ଅଗକୁ ବଢ – ମୁଖ୍ୟମନ୍ତ୍ରୀ କହିଲେ ମନର କଥା

ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆତ୍ମବିଶ୍ୱାସର ସହ ଅଗକୁ ବଢ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆତ୍ମବିଶ୍ୱାସର ସହ ଅଗକୁ ବଢ ବୋଲି ଶିଶୁ ଦିବସ ଅବସରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭଲ ପାଠ ପଢିବା, ନିଜ ସ୍ୱପ୍ନକୁ ସାକାର କରିବା, ଜନ୍ମଭୂମି ଓ ଅଭିଭାବକଙ୍କୁ ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସମୟରେ ମଧୁବାବୁ ଓ ବିଜୁବାବୁଙ୍କ କଥା ମନେପକାଇଥିଲେ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇ କହିଥିଲେ ଯେ ପିଲାଏ ତୁମମାନଙ୍କର ତିନୋଟି ଦାୟିତ୍ୱ ରହିଛି। ପ୍ରଥମ ଦାୟିତ୍ୱ ଭଲ ପାଠ ପଢ଼ିବା, ନିଜ ସ୍ୱପ୍ନକୁ ସାକାର କରିବା। ଦ୍ୱିତୀୟ ଦାୟିତ୍ୱ ହେଉଛି ନିଜ ପିତାମାତାଙ୍କ ପ୍ରତି ଥିବା ଦାୟିତ୍ୱ ପ୍ରତି ଧ୍ୟାନ ଦେବା। ତୃତୀୟ ଦାୟିତ୍ୱ ହେଉଛି, ଯେଉଁ ସମାଜରେ ଆମେ ଜନ୍ମ ନେଇଛନ୍ତି ସେହି ସମାଜ, ସେହି ମାଟି ମାଆ ପାଇଁ କିଛି କାର୍ଯ୍ୟ କରିବା।

ସେହିଭଳି ଆଜି ପିଲାଙ୍କୁ ପାଠପଢ଼ା ଲାଗି ପ୍ରୋତ୍ସାହିତ କରିବା ଲାଗି ଅନେକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ନବୀନ। ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଲାଗି ମେଧାବୃତ୍ତି ପୁରସ୍କାର ଘୋଷଣା  କରିଛନ୍ତି ମୁଖ୍ୟମନ୍ତ୍ରୀ।  ସାରା ରାଜ୍ୟର ୪୦ ହଜାର ପିଲାଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ।  ପ୍ରତି ବ୍ଲକ ଓ ପୌରାଞ୍ଚଳର ପିଲା ଏହି ପୁରସ୍କାର ପାଇବେ।  ଏହା ସହ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଆ ଭାଷାରେ ଭଲ ନମ୍ବର ରଖିଲେ ୫ ହଜାର ଟଙ୍କା ପୁରସ୍କାର ମିଳିବ। ପ୍ରତି ବ୍ଲକର ୧୦ ଜଣ ପିଲା ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ପାଇବେ ବୋଲି ମୁଖ୍ୟ କହିଛନ୍ତି।

ଚଳିତ ବର୍ଷ ଠାରୁ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ୧ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଘୋଷଣା କରିଛନ୍ତି ।  ସେହିପରି ୧୦ ଶ୍ରେଣୀ ପରୀକ୍ଷାର ୪ ହଜାର ଛାତ୍ରଛାତ୍ରୀଙ୍କୁ ଆଗାମୀ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି। । ଆଗ୍ରହୀ ବ୍ୟକ୍ତିମାନେ ସ୍କୁଲରେ ବିଜ୍ଞାନଗାର, ଲାଇବ୍ରେରୀ ସ୍ଥାପନା ସହ କ୍ରୀଡାର ବିକାଶ ଓ ଶିକ୍ଷାଦାନ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ।

ପାଠ ସହ କ୍ରୀଡା,ସଂଗୀତ, ସମାଜସେବା ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାଇବା ପାଇଁ ସେ ପରାମର୍ଶ ଦେଇଥିଲେ । ପଂଚସଖାଙ୍କ ଭାର୍ଗବୀ ଶପଥ ସମ୍ପର୍କରେ ସ୍ମରଣ କରାଇ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାର ସ୍ୱାଭିମାନର ବିକାଶ ପାଇଁ ପିଲାମାନେ ଆଗକୁ ଆସନ୍ତୁ । ଓଡିଶା ବାହାରେ ଆମ ପିଲା ଭଲ କରିଥିବାରୁ ମୁଁ ଗର୍ବିତ ବୋଲି ସେ କହିଥିଲେ ।

ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆତ୍ମବିଶ୍ୱାସର ସହ ଅଗକୁ ବଢ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପଢନ୍ତୁ, ଆସନ୍ତା ଦୁଇମାସ ଭିତରେ ବଢିବ ଫ୍ରିଜ୍‌ ଏବଂ ଏସିର ମୂଲ୍ୟ

Related posts

ଗଜପତିରେ ତିତ୍‌ଲି ତାଣ୍ଡବ: ଗୁମ୍ଫା ଧସି ୧୨ ମୃତ ,କାନ୍ଥ ପଡି ୫

ENO Beuro

ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୬ଟି ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା!

ENO Beuro

ସିରିଏଲ୍‌ରେ ଆତ୍ମହତ୍ୟା ଦୃଶ୍ୟକୁ ଅନୁକରଣ କରି ଜୀବନ ହାରିଲେ ବାଳିକା

ENO Beuro

2 comments

Leave a Comment