News

ସୋସିଆଲ ମିଡିଆରେ ଭାଇରାଲ ହେଉଛି ନବୀନଙ୍କ ଫିଟନେସ ଭିଡିଓ

କଳା ଟି ସାର୍ଟ ଓ ପ୍ୟାଣ୍ଟ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ବ୍ୟାୟାମ: ଓଡିଶା ଲୋକଙ୍କ ପାଇଁ ଯୁଦ୍ଧ କରିବାକୁ ହେଉଛି ପ୍ରସ୍ତୁତ ବୋଲି କହିଲେ ନବୀନ

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ  ହେବା କିଛି ନୂଆ କଥା ନୁହେଁ। ଏମିତି ପ୍ରତିଦିନ କେହି କେହି ଏହି ଭିଡିଓ ଦ୍ଵାରା ସାଧାରଣରୁ ବନିଯାଏ ଷ୍ଟାର। ତେବେ  ଏହି ଭିଡିଓଟି କୌଣସି ଷ୍ଟାର କିମ୍ବା ସାଧାରଣ ବ୍ୟକ୍ତିଙ୍କର ନୁହେଁ। ଏଇଟା ଓଡିଶାର ସୁପ୍ରିମୋ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର। ହଁ ଆଜ୍ଞା ନବୀନ ପଟ୍ଟନାୟକ ଏବେ ସାଧାରଣ ବର୍ଗଙ୍କ ପାଇଁ ପାଲଟି ଯାଇଛନ୍ତି ଆଇକନ। ନବୀନଙ୍କ ଫିଟନେସ ଭିଡିଓ  ଆଜି ଭାଇରାଲ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁ ବେଳେ ଧଳା କୁର୍ତ୍ତା ଓ ପାଇଜାମାରେ ଦେଖିଆସୁଥିବା ଲୋକ ତାଙ୍କୁ ଦେଖିବେ ଏକ ନୂଆ ରୂପରେ। ସେ ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ଏହି ଭିଡିଓରେ ଟ୍ରାକସୁଟ୍ ଓ ରାଉଣ୍ଡ ନେକ୍ ବ୍ୟାନିଅନ୍  ପିନ୍ଧି ଦୌଡ଼ୁଥିବାର ଦେଖିବାକୁ ମିଳୁଛି।

୨ମିନିଟ୍ ୮ ସେକେଣ୍ଡର ଏହି ଭିଡିଓରେ ୭୩ବର୍ଷୀୟ ନବୀନଙ୍କୁ କଠିନ ଶାରୀରିକ ବ୍ୟାୟାମ  କରୁଥିବାର ଦେଖିବାକୁ ମିଳୁଛି। ନବୀନ ନିଜର ବାସଭବନ ଭିତରେ ଥିବା ଅତ୍ୟାଧୁନିକ ଜିମରେ ସାଇକେଲିଂଠୁ  ଆରମ୍ଭ କରି ସବୁ ପ୍ରକାର ବ୍ୟାୟାମ କରୁଛନ୍ତି।

୭୩ ବର୍ଷ ବୟସରେ ଉପନୀତ ହୋଇଥିଲେ ମଧ୍ୟ ନବୀନ ଯେଭଳି ଢଙ୍ଗରେ ବ୍ୟାୟାମ କରୁଛନ୍ତି ସେଥିରେ ସେ ସମ୍ପୂର୍ଣ୍ଣ ଯୁବ ଅବସ୍ଥାରେ ଥିବାଭଳି ଦେଖାଇବାକୁ ପ୍ରୟାସ କରିଛନ୍ତି। ଭିଡିୟର ଶେଷରେ ନବୀନ ଓଡ଼ିଶା ଲୋକଙ୍କ ପାଇଁ ଲଢ଼ିବା ନିମନ୍ତେ ନବୀନ ନିଜକୁ ଏହି ବ୍ୟାୟାମ ମାଧ୍ୟମରେ ଫିଟ୍ ରଖିବାକୁ ଚାହୁଁଛନ୍ତି ବୋଲି ନିଜେ ଭିଡିଓରେ କହିବାକୁ ପଛାଇ ନାହାନ୍ତି।


ପଢନ୍ତୁ: ଲୋକସଭା ନିର୍ବାଚନ ଲଢିବେନି ବୋଲି କହିଲେ ସୁମିତ୍ରା ମହାଜନ

Related posts

ଅଯୋଧ୍ୟା-ବାବ୍ରୀ ବିବାଦ: ସୁପ୍ରିମକୋର୍ଟ ନିଯୁକ୍ତ କଲେ ମଧ୍ୟସ୍ଥି

Ratnamani Moharana

ଟିଟୋର ସହଯୋଗୀ ବାବୁ ସାହୁଙ୍କୁ ଏନ୍‌କାଉଣ୍ଟର

ENO Beuro

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ

ENO Beuro

Leave a Comment