POLITICALS

ବୋମା ମାଡ ପରେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତଙ୍କୁ ଦେଖା କରିବାକୁ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ

ନିର୍ବାଚନୀ ହିଂସାର ଶିକାର ହୋଇଥିବା ମଧ୍ୟ ନିର୍ବାଚନ ମଣ୍ଡଳୀ ପାର୍ଥୀ ଅନନ୍ତ ଜେନା  କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ  ଚିକିସ୍ଥିତ। ଗତକାଲି ଅନନ୍ତ ଜେନାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଅନନ୍ତ ନିଜ ସହଯୋଗୀଙ୍କ ସହ ଯାଉଥିବା ବେଳେ ଝାରପଡ଼ା କେନାଲ ରୋଡ୍ ନିକଟରେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ଏଥିରେ ଅନନ୍ତ ଓ ତାଙ୍କ ସହଯୋଗୀ  ଆହତ ହୋଇଥିଲେ।

ଏ ଖବର ପ୍ରଚାରିତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଅନନ୍ତ ନାରାୟଣ ଜେନାଙ୍କୁ ଦେଖା କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଂଚିଛନ୍ତି |ଏଥିସହ ଅନନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ  ପଚାରି ବୁଝିଛନ୍ତି ଶ୍ରୀ ନବୀନ ପଟ୍ଟନାୟକ।
ପଢନ୍ତୁ: ଆସନ୍ତା ୨୬ରେ ବାଲେଶ୍ୱର ଆସୁଛନ୍ତି ରାହୁଲ ଗାନ୍ଧୀ

Related posts

କାଶ୍ମୀରରେ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ ଅବଧି

Ratnamani Moharana

ଆକ୍ଟର-ହେଲିକପ୍ଟର ଲଢେଇ ହେବ କେନ୍ଦ୍ରାପଡାରେ: ଅନୁଭବ ବନାମ ବୈଜୟନ୍ତ

Ratnamani Moharana

ଏସ୍‌ପି-ବିଏସ୍‌ପି ମେଣ୍ଟ ଭାଙ୍ଗିବା ନେଇ ମୁହଁ ଖୋଲିଲେ ଅଖିଳେଶ ଓ ମାୟବତୀ

Ratnamani Moharana

1 comment

Leave a Comment