POLITICALS

କାଲି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

ଆସନ୍ତାକାଲି ହିଞ୍ଜିଳିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ..

ଗତକାଲି ପ୍ରକାଶ ପାଇଛି ବିଜେଡ଼ିର  ପାର୍ଥୀ ପତ୍ର ତାଲିକା। କିଛି ପୁରୁଣା ବିଧାୟକଙ୍କୁ ବାଦ ଦିଆଯାଇଥିଲାବେଳେ ଦଳରେ ଯୋଗ ଦେଇଥିଲେ କିଛି ନୂଆ ଲୋକ। ତେବେ କାଲି ପ୍ରକାଶ ପାଇଥିବା ତାଲିକା ଅନୁସାରେ କିଏ କେଉଁଠାରୁ ଲଢିବେ ସେ ନେଇ ହୋଇଥିଲା ସ୍ପଷ୍ଟ। ବିଜେଡ଼ି ସୁପ୍ରିମୋ ପଶ୍ଚିମ ଓଡିଶାର ହିଂଜିଳି  ଓ ବିଜେପୁରୁ ଆସନରୁ ଲଢିବାନେଇ ହେଇଥିଲା ସ୍ପଷ୍ଟ। ଆସନ୍ତାକାଲି ନବୀନ ପଟ୍ଟନାୟକ ଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀ   କହିଛନ୍ତି।

ନବୀନ ଛତ୍ରପୁରରେ ରିଟର୍ଣ୍ଣିଂ ଅଫିସରଙ୍କ  ପାଖରେ ପ୍ରାର୍ଥିପତ୍ର ଦାଖଲ କରିବେ। ୨୦୦୦ ମସିହାରୁ ନବୀନ ଏହି ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି।ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ | ଏହି ୪ଟି ଲୋକସଭା ଅନ୍ତର୍ଗତ ବିଧାନସଭା ଆସନ ଗୁଡିକ ପାଇଁ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ   ଅନୁଷ୍ଠିତ ହେବ |
ପଢନ୍ତୁ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଧମକ: “ଦେଶ ପୁଲ୍‌ୱାମା ଘଟଣା ଭୁଲିନି, ପୁଣି ନିଆଯିବ ପ୍ରତିଶୋଧ”

Related posts

ଭାରତ ସହ ବାଣିଜ୍ୟିକ ସମ୍ପର୍କ ଚ୍ଛିନ୍ନ କରିବାପରେ ପାକିସ୍ତାନରେ ଟମାଟୋ କିଲୋ ୩୦୦ ଟଙ୍କା

Ratnamani Moharana

ମୁଖ୍ୟମନ୍ତ୍ରୀଙ୍କ ପରେ ଏବେ କର୍ଣ୍ଣାଟକରେ ବାଚସ୍ପତିଙ୍କ ପାଳି

Ratnamani Moharana

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ ହେଇଛି, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ

ENO Beuro

Leave a Comment