POLITICALS

ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର

ଆଜି ସୁନ୍ଦରଗଡ଼ରୁ ଅଭିଯାନ ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଗସ୍ତରେ ମାରାଥନ ପ୍ରଚାର  କରିବେ ନବୀନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟା ୧୫ମିନିଟରେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ଆସି ଅବତରଣ କରିବେ ଝାରସୁଗୁଡ଼। ବିମାନ ବନ୍ଦରରେ । ତେବେ ସେଠାରେ ସୁନ୍ଦରଗଡ଼ ଜିଲ୍ଲାରେ ୬ଟି ନିର୍ବାଚନୀ  ସଭାରେ ଯୋଗ ଦେବା ସହ ୨ଟି ରୋଡ୍ ଶୋ’ ମଧ୍ୟ କରିବେ। ପ୍ରଥମେ ବିଧାନସଭାମଣ୍ଡଳୀର ତିଲେଇକାନୀ, ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀର ଜାମପାଲି ଓ ବଣାଇ ଏବଂ ପରେ ବୀରମିତ୍ରପୁର ବିଧାନସଭା ର୍ନିବାଚନମଣ୍ଡଳୀର ରାଏବଗାରେ ର୍ନିବାଚନୀ ସଭାରେ ଯୋଗଦେବେ। ଏଠୁ ପ୍ରଚାର ସାରିବା ପରେ ରାଉରକେଲା ଏବଂ ରଘୁନାଥପାଲି ବିଧାନସଭା ର୍ନିବାଚନ ମଣ୍ଡଳୀରେ ରୋଡ଼ ଶୋ’ କରିବେ ନବୀନ।

ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରେ ମାରାଥନ ନିର୍ବାଚନ ପ୍ରଚାର କରି ୭ଗୋଟି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ମାନଙ୍କ ସହ ସାଂସଦ ପ୍ରାର୍ଥୀ ସୁନିତା ବିଶ୍ବାଳଙ୍କୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ଜିତେଇବା ପାଇଁ ଜନତାଙ୍କୁ ଅନୁରୋଧ  କରିବେ ନବୀନ ।
ପଢନ୍ତୁ: ଭୋଟ କାଲି, ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ କରୁଛି ବିଜେଡ଼ି

Related posts

କାଲି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

Ratnamani Moharana

କଂଗ୍ରେସ ଦଳର ହାତ ଚିହ୍ନ ପ୍ରତି ବିପଦ ! ନିର୍ବାଚନ କମିସନଙ୍କୁ ଆବେଦନ କଲେ ବିଜେପି ନେତା

ENO Beuro

ପଦ୍ମ ଧରିବେ ବୈଜୟନ୍ତ ପଣ୍ଡା

ENO Beuro

1 comment

Leave a Comment