POLITICALS

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ

Three

୭ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟଙ୍କ ସାକ୍ଷାତରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବ। ବାତ୍ୟା ଫୋନି କ୍ଷୟକ୍ଷତି ସଂପର୍କରେ ଆଲୋଚନା ସହିତ କେନ୍ଦ୍ରର ସହାୟତା ପ୍ରସଙ୍ଗରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଦୁଇ ନେତାଙ୍କ ଏହି ସାକ୍ଷାତ ଆଲୋଚନା ଉପେରେ ସମସ୍ତଙ୍କ ନଜର ରହିଛି।

ପ୍ରଧାନମନ୍ତ୍ରୀ ସହ ସାକ୍ଷାତ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବେ ମୁଖ୍ୟମନ୍ତ୍ରୀ। ଏହାସହ ୧୫ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗଦେବେ। ମୋଦି ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ନୀତି ଆୟୋଗ ବୈଠକ ହେଉଛି। ଏହି ବୈଠକରେ ସାମିଲ ହୋଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉଠାଇ ପାରନ୍ତି ନବୀନ।

ପଢନ୍ତୁ: ଜୁନ ୨୫ରୁ ବିଧାନସଭାର ମୌସୁମୀ ଅଧିବେଶନ

Related posts

ଭୋଟ କାଲି, ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ କରୁଛି ବିଜେଡ଼ି

Ratnamani Moharana

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ ହେଇଛି, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ

ENO Beuro

ମଦ ଓ ବନ୍ଧୁକ ସହ ବିଜେପି ବିଧାୟକଙ୍କ ଡ୍ୟାନ୍ସ

Ratnamani Moharana

1 comment

Leave a Comment