News

ବିୟର ଫ୍ୟାକ୍ଟ୍ରି ବାତିଲ କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ବଳରାମପୁର ଅଂଚଳରେ ପ୍ରସ୍ତାବିତ ମଦ କାରଖାନାକୁ ବାତିଲ କରି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଦେ୍ର୍ଧଶ ଦେଇଛନ୍ତି।

କିନ୍ତୁ ଦୁଃଖର ବିଷୟ ଏଥିପାଇଁ ବଳି ପଡିସାରିଛି ହଜାରେ ବୃକ୍ଷ । ହଜାର ବୃକ୍ଷ କଟାଯିବା ପରେ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା । ଏପରିକି ସ୍ଥାନୀୟ ଗ୍ରାମବାସୀ କଟା ଗଣ୍ଡିକୁ ଧରି କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ ରାଜ୍ୟ ସରକାର । ଏହାପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଥିଲା ।

cm

ସୂଚନାଯୋଗ୍ୟ, ଢେଙ୍କାନାଳ ବଳରାମପୁରରେ ବିୟର ଫାକ୍ଟ୍ରି ପାଇଁ ଝିଙ୍କରଡ଼ିହି ଜଙ୍ଗଲରେ ବଳପୂର୍ବକ ଚାଲିଥିବା ଗଛକଟାକୁ ସ୍ଥାନୀୟ ଲୋକ ଘୋର ବିରୋଧ କରିଥିଲେ। ଏଥିପାଇଁ ସେମାନଙ୍କୁ ପୋଲିସ ସହ ଧସ୍ତାଧସ୍ତି ହେବାକୁ ପଡ଼ିଥିଲା। ଏ ନେଇ ବିବାଦ ଉଠିବା ପରେ ମୁଖ୍ୟମନ୍ତ୍ରୀ ଗତକାଲି ବନ୍ଦ ସହ ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରମେ ଆରଡିସି ମହେନ୍ଦ୍ର ମଲ୍ଲିକ ତୁରନ୍ତ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ରାତିରେ ଏହି ରିପୋର୍ଟ ସରକାରଙ୍କୁ ହସ୍ତଗତ କରିଥିଲେ। ରିପୋର୍ଟରେ ଦର୍ଶାଯାଇଥିଲା ଯେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ହିଁ ଗଛ କାଟିବା ପାଇଁ ଜିଲ୍ଲା ପୋଲିସ ଉପରେ ଚାପ ପକାଉଥିଲେ। ଏହି ରିପୋର୍ଟ ଦେଖିବା ପରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ପ୍ରକାଶ କରିଥିଲେ। କାର୍ୟ୍ୟାିନୁଷ୍ଠାନ ସ୍ୱରୂପ ଆରଡିସିଙ୍କ ରିପୋର୍ଟ ଆଧାରରେ ସେ ଆଜି ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ପାଇଁ ଆଜି ବାତିଲ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତିକୁ ବଳରାମପୁରବାସୀ ସ୍ୱାଗତ ଜଣାଇଥିଲେ।

ପଢନ୍ତୁ;ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

Related posts

ଜମ୍ମୁ କାଶ୍ମୀର : ପାକିସ୍ତାନୀ ଗୁଳିରେ ୩ ଜଣ ଯବାନ ସହିଦ ଏବଂ ୨ଜଣ ଗୁରୁତର ଆହତ

ENO Beuro

ଗଣ୍ଠି ଯନ୍ତ୍ରଣା ପାଇଁ ଲେମ୍ବୁ ଚୋପା କେତେ ଉପକାରୀ ଆସନ୍ତୁ ନଜର ପକେଇବା

ENO Beuro

ଏଣିକି ଜରିମାନା ନୁହଁ ବାଇକ ଜବତ ହେବ, ନିୟମ ନମାନିଲେ ମାମଲା ଯିବ କୋର୍ଟକୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More