ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

cm

ଆଜି ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଆଜି ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ। ତିତଲି ପ୍ରଭାବିତ ଅଞ୍ଚଳ ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାକୁ ଆକାଶମାର୍ଗରରୁ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ

cm

ଗତକାଲି ୩ଟି ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାକାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ କନ୍ଧମାଳ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ରମେଶ ମାଝୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଅନ୍ୟପଟେ ଆସିକା ଓ ଅନ୍ୟ ପ୍ରଭାବିତ ଅଂଚଳରେ ଆକାଶ ମାର୍ଗରୁ ରିଲିଫ୍ ବଂଟନ ପାଇଁ ନିଷ୍ପତି ନେଇଛନ୍ତି ସରକାର । ଯେଉଁ ଅଂଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି ସେହି ଅଂଚଳକୁ ଦୁଇଟି ହେଲିକପ୍ଟର ସହାୟତାରେ ଆକାଶ ମାର୍ଗରୁ ରିଲିଫ୍ ପୁଡିଆ ପକାଯିବ । ପ୍ରତି ପୁଡିଆରେ ୩କେଜି ଓଜନର ଚୁଡା, ଅଧା କେଜି ଓଜନର ଗୁଡ, କ୍ୟାଣ୍ଡେଲ ଓ ଦିଆସିଲ୍ ରହିବ । ଏଥିପାଇଁ ରିଲିଫ୍ ପ୍ୟାକେଟ୍ ପ୍ରସ୍ତୁତି କରାଯାଇଛି । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ହେଲିକପ୍ଟର ରିଲିଫ୍ ସାମଗ୍ରୀ ଭରିବେ।

ପଢନ୍ତୁ; ଗଜପତିରେ ତିତ୍‌ଲି ତାଣ୍ଡବ: ଗୁମ୍ଫା ଧସି ୧୨ ମୃତ ,କାନ୍ଥ ପଡି ୫

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More