News

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୨୨ ପଞ୍ଚାୟତକୁ ୧୦୭୭ଟି ପ୍ରକଳ୍ପ

By ENO Beuro

August 02, 2018

୨୮.୯୫ କୋଟି ଟଙ୍କା ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୬ଟି ବ୍ଲକ୍‌ର ୧୨୨ଟି ପଂଚାୟତ ପାଇଁ ୧୦୭୭ଟି ପ୍ରକଳ୍ପକୁ ମଂଜୁର କରିଛନ୍ତି । ଏଥିପାଇଁ ୨୮.୯୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

‘ଆମ ଗାଁ ଆମ ବିକାଶ’ ଯୋଜନାରେ ସାମିଲ୍‍ ହୋଇଥିବା ବ୍ଲକ୍‍ଗୁଡ଼ିକ ହେଲା ଗଞ୍ଜାମ ଜିଲାର ପାତ୍ରପୁର, ଭଦ୍ରକ ଜିଲାର ବନ୍ତ, କଟକ ଜିଲାର ବାରାଙ୍ଗ, କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର, ଗଜପତି ଜିଲାର ଗୋଷାଣୀ, ସୋନପୁର ଜିଲାର ବୀରମହାରାଜପୁର। ଏହି ସବୁ ବ୍ଲକ୍‍ରେ ୧୦୭୭ଟି ପ୍ରକଳ୍ପରେ ଉକ୍ତ ଅର୍ଥ ବ୍ୟୟ ହେବ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ପଢନ୍ତୁ; ଶୁଭାରମ୍ଭ ହେଲା ଜାହାଜ ମାଲିକଙ୍କ ପାଇଁ ସ୍ପତନ୍ତ୍ର ପୋର୍ଟାଲ