News

ହବିଷିଆଳିଙ୍କ ପାଇଁ ଶିବିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

cm

ହବିଷିଆଳିଙ୍କ ପାଇଁ ଶିବିର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍‌ଫରେନସିଂ ଜରିଆରେ ୪ ହବିଷ୍ୟାଳି କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପୂଣ୍ୟ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିମାନଙ୍କ ଭିଡ଼ ଜମିଛି। ପୁରୀରେ ୨୫୦୦ରୁ ଅଧିକ ହବିଷ୍ୟାଳି ପହଞ୍ଚି ରାଧା-ଦାମୋଦରଙ୍କୁ ପୂଜା କରିଛନ୍ତି।

cm

ଏହା ପରେ ଭିଡିଓ କନ୍‌ଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ହବିଷିଆଳିମାନଙ୍କ ସହ କଥା ହୋଇଥିଲେ। ହବିଷିଆଳିମାନେ ମଧ୍ୟ ସେମାନଙ୍କ ଅନୁଭୂତି କହିଥିଲେ। ମା’ ମାନେ ଆପଣ ପୁରୀ ଆସି ଖୁସି ତ ବୋଲି ପ୍ରଶ୍ନ କରିଥିଲେ। ପ୍ରତ୍ୟୁତ୍ତରରେ ହବିଷିଆଳିମାନେ ହଁ କହିବା ସହ ହୁଳହୁଳି ପକାଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିଥିଲେ।

ଭୁବନେଶ୍ୱରରେ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିବା ବେଳେ ପୁରୀ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପ୍ରଦୀପ ମହାରଥୀ, ଜଗତ୍‌ସିଂହପୁର ଏମ୍‌ପି ଡା. କୁଳମଣି ସାମଲ, ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ସୁରେନ୍ଦ୍ର ସେଠୀ, ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଜିଲାପାଳ ଜ୍ୟୋତିପ୍ରକାଶ ଦାସ, ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାଶ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝି, ଉପଜିଲାପାଳ ଭବତାରଣ ସାହୁ, ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ପଢନ୍ତୁ;ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ: ସିରିଜ ଜିତିଲା ଭାରତ

Related posts

‘ସେନାକୁ ଅସ୍ତ୍ର କିଣିବା ନେଇ ଆହୁରି କ୍ଷମତାଶାଳୀ କରାଯାଇଛି’: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

Ratnamani Moharana

ୱାଇଲଡ ଲାଇଫ ବିଶେଷଜ୍ଞ ଦଳ ପକ୍ଷରୁ ସୂଚନା: ଫେରିବନି ସୁନ୍ଦରୀ

ENO Beuro

ଗୁଜୁରାଟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଦେଜା : ସୁରତରେ ଦୁଷ୍କର୍ମ ଓ ହତ୍ୟାର ଶିକାର ନାବାଳିକା ଓଡ଼ିଶାର !

ENO Beuro

Leave a Comment