POLITICALS

୭.୫ ଲକ୍ଷ ଟଙ୍କାର ଜଳକର ଭରିଲେନି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ

Untitled 1

ଦେବେନ୍ଦ୍ର ଫଡ଼ନାଭିସଙ୍କ ବଙ୍ଗଳାକୁ ଡିଫଲ୍ଟର ଘୋଷିତ କଲା ମୁମ୍ବାଇ ମହାନଗର ନିଗମ

ଦେଶର ଅନେକ ଭିଭିଆଇପି ସରକାରଙ୍କ ରାଜସ୍ବ ହରିଲୁଟ୍‌  କରି ଚାଲିଛନ୍ତି।  ତେବେ ଏହି ଲୁଟରୁ ବାଦ ପଡିଲେନି ମୁଖ୍ୟମନ୍ତ୍ରୀ  । ସେ ବି  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ । ଠିକ ସମୟରେ ପାଣି ବିଲ୍ ପଇଠ କରିନଥିବାରୁ ଦେବେନ୍ଦ୍ର ଫଡ଼ନାଭିିସଙ୍କ ବଙ୍ଗଳାଙ୍କୁ ଡିଫଲ୍ଟର  ଘୋଷିତ କଲା ମୁମ୍ବାଇ ମହାନଗର ନିଗମ । ବକେୟା ରାଶି ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ଵାଭାବିକ। ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ‘ବର୍ଷା’ ଉପରେ ରହିଛି ମୋଟ ୭ ଲକ୍ଷ ୪୪ ହଜାର ୯୮୧ ଟଙ୍କାର ବିଲ୍‌। କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଏହି ତାଲିକାରେ ୧୮ ଜଣ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ଫଡ଼ନାଭିସଙ୍କ କ୍ୟାବିନେଟର ଅନେକ ବଡ଼ ବଡ଼ ନେତାଙ୍କ ନାଁ ଏହି ତାଲିକରେ ରହିଛି ।

ମହାରାଷ୍ଟ୍ରର ସରକାରୀ ଆବାସରେ ମନ୍ତ୍ରୀ ଓ ନେତାଙ୍କ ଆବାସ ଉପରେ ବିଏମସିର ପାଖାପାଖି ୮ କୋଟି ଟଙ୍କା ବାକି ଅଛି । ଆରଟିଆଇ  ରିପୋର୍ଟ ପରେ ଏହିସବୁ ନାଁ ସାମ୍ନାକୁ ଆସିଛି । ତେବେ ଏହି ତାଲିକାରେ ସବୁଠାରୁ ଉପରେ ରହିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ । ତାଲିକାରେ ସାମିଲ ଅଛନ୍ତି ପଙ୍କଜ ମୁଣ୍ଡେ, ଏକନାଥ ଶିନ୍ଦେ, ସୁଧୀର ମୁନଗନ୍ଟିବାର, ବିନୋଦ ତାବଡେ । ବମ୍ବେ ନଗରପାଳିକା ଉପରେ ଶିବସେନା ଏବଂ ଭାରତୀୟ ଜନତା ପାର୍ଟି ଶାସନ କରୁଛନ୍ତି । ୨୦୦୧ ମସିହାରୁ ଏସବୁ ବାସଭବନର ପାଣି ବିଲ୍‌ ପ୍ରଦାନ କରାଯାଇ ନାହିଁ ବୋଲି ଆରଟିଆଇ ତଥ୍ୟରୁ ସୂଚନା ମିଳିଛି।ପାଣି ବିଲ୍ ରାଶି ଏତେ ଅଧିକ ରହିଛି ଯେ କୌଣସି ସାଧାରଣ ବ୍ୟକ୍ତି ହୋଇଥିଲେ ଏବେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହୋଇସାରି ଥାଆନ୍ତା ।
ପଢନ୍ତୁ: ଆର୍‌ବିଆଇକୁ ଆଉ ଏକ ଝଟକା, ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଲେ ବିରଳ ଆଚାର୍ଯ୍ୟ

Related posts

ବିଜେପିରେ ଯୋଗ ଦେଲେ ଦାମ ରାଉତ

ENO Beuro

ରାଜନୈତିକ ଦଳର ମହାରଥୀ ହେଉଛନ୍ତି ଓଡିଶା ମୁହାଁ

Ratnamani Moharana

ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ !

ENO Beuro

Leave a Comment