• Home
  • News
  • ରାଜ୍ୟ ସରକାରଙ୍କ ମଞ୍ଜୁରି ପରେ ଆରମ୍ଭ ହେବ ଓଡ଼ିଶାର ଉପକୂଳ ରାଜପଥ ପ୍ରକଳ୍ପ
News

ରାଜ୍ୟ ସରକାରଙ୍କ ମଞ୍ଜୁରି ପରେ ଆରମ୍ଭ ହେବ ଓଡ଼ିଶାର ଉପକୂଳ ରାଜପଥ ପ୍ରକଳ୍ପ

ଓଡ଼ିଶାରେ ୭୫୦୦କୋଟି ଟଙ୍କା ଖର୍ଚ୍ଚରେ ୪୧୫ କିଲୋମିଟର ଦୈର୍ଘ୍ୟର ଦୁଇଟି ଉପକୂଳ ରାଜପଥ ପାଇଁ ଯୋଜନା ରହିଛି। ନିର୍ମାଣ କାର୍ଯ୍ୟ ପାଇଁ ୬୦୦୦ କୋଟି ଖର୍ଚ୍ଚର ପ୍ରସ୍ତାବ ଥିବାବେଳେ ଜମି ଅଧିଗ୍ରହଣ ସକାଶେ ୧୫୦୦କୋଟି ଟଙ୍କା ଧାର୍ଯ୍ୟ ହୋଇଛି। ଏହି ପ୍ରସ୍ତାବିତ ପ୍ରକଳ୍ପର ରୂପରେଖ ପାଇଁ ଚୂଡ଼ାନ୍ତ ନକ୍ସା ଗତ ବର୍ଷ ଏନଏଚଏଆଇ ଶେଷ କରିସାରିଛି।

୨୫୨ କିଲୋମିଟର ଦୈର୍ଘ୍ୟର ଗୋପାଳପୁର-ରତ୍ନପୁର ଉପକୂଳ ରାଜପଥ ପ୍ରକଳ୍ପ ଭାୟା ଛତ୍ରପୁର-ସାତପଡ଼ା-କୋଣାର୍କ-ଅସ୍ତରଙ୍ଗ-ନାଉଗାଁ-ପାରାଦୀପ-ରତ୍ନପୁର ଏବେ ଡିପିଆର ପର୍ଯ୍ୟାୟରେ ରହିଛି । ପ୍ରାରମ୍ଭିକ ନକ୍ସା କାମ ଶେଷ ହୋଇଛି ଏବଂ ପରିବର୍ତ୍ତନ ପାଇଁ ଆଲୋଚନା ଚାଲିଛି । ୧୬୨କିଲୋମିଟର ଦୈର୍ଘ୍ୟର ରତ୍ନପୁର-ଦିଘା ଭାୟା ବାସୁଦେବପୁର-ଚାନ୍ଦିପୁର-ଚନ୍ଦନେଶ୍ୱର ପ୍ରକଳ୍ପ ମଧ୍ୟ ଏବେ ଡିପିଆର ପର୍ଯ୍ୟାୟରେ ରହିଛି । ଚୂଡ଼ାନ୍ତ ରିପୋର୍ଟ ଦାଖଲ ହେବା ପରେ ନକ୍ସା ଚୂଡ଼ାନ୍ତ କରାଯିବ।

ଉପରୋକ୍ତ ଉଭୟ ପ୍ରକଳ୍ପ ଭାରତମାଳା ଯୋଜନାରେ ନିର୍ମିତ ହେବ । ଉଭୟ ପ୍ରକଳ୍ପ ପାଇଁ ଓଡ଼ିଶା ସରକାରଙ୍କ ମଞ୍ଜୁରିକୁ ଅପେକ୍ଷା କରାଯାଇଛି।

ରାଜ୍ୟ ସରକାରଙ୍କ ମଞ୍ଜୁରି ପରେ ଆରମ୍ଭ ହେବ ଓଡ଼ିଶାର ଉପକୂଳ ରାଜପଥ ପ୍ରକଳ୍ପ ରାଜ୍ୟ ସରକାରଙ୍କ ମଞ୍ଜୁରି ପରେ ଆରମ୍ଭ ହେବ ଓଡ଼ିଶାର ଉପକୂଳ ରାଜପଥ ପ୍ରକଳ୍ପ costal highway

ପଢନ୍ତୁ;ଅଙ୍ଗୁର ରସ ନିୟମିତ ସେବନ କରିବାରେ କେତେକ ସମସ୍ୟାରୁ ମିଳିଥାଏ ମୁକ୍ତି ! ଜାଣନ୍ତୁ ସେ ସମ୍ପର୍କରେ

Related posts

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ:ଡେରାଡୁନ୍‌ରେ ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ

Krishna Kumar Manoj

କେରଳରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ,୨୨ ମୃତ

Krishna Kumar Manoj

ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାହୁଳ, ପ୍ରିୟଙ୍କା ଓ ସୋନିଆ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More