18 C
Bhubaneswar
January 17, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ଆସୁଛି କକ୍ରୋଚ୍‌ ଡ୍ରୋନ୍‌, ବଙ୍କରରେ ଲୁଚିଥିଲେ ବି ଖୋଜି ବାହାର କରିବ ଶତ୍ରୁକୁ

ଏବେ ଶତ୍ରୁ ପାହାଡ ହେଉବା ଜଙ୍ଗଲ କିମ୍ବା ବଙ୍କର ଯେଉଁଠି ବି ଲୁଚିକି ଥାଉ, ତାହାକୁ ଖୋଜିକି ବାହାର କରିବା ଖୁବ୍ ସହଜ ହୋଇଯାଇଛି । କାରଣ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଉପରେ ଆଧାରିତ କକ୍ରୋଚ୍‌ ଡ୍ରୋନ୍ ଏବେ ସେମାନଙ୍କୁ ଖୋଜିକି ବାହାର କରିବ । ଆଇଆଇଟି କାନପୁର ଏବଂ ଭାରତ ଇଲେକଟ୍ରୋନିକ୍ସ୍‍ ଲିମିଟେଡ୍ କକ୍ରୋଚ୍‌ ଅର୍ଥାତ୍ ଅସରପା ଆକାରର ଇନସେକ୍ଟ କପଟର ବିକସିତ କରିଛି ଯାହା ସେନାର କାମରେ ଆସିବ ।

 

cockroachପାପୁଲିରେ ଆସିପାରୁଥିବା ଏହି ଡ୍ରୋନ୍ ଶତ୍ରୁକୁ ଚକମା ଦେବା ସହିତ ସବୁଆଡେ ନଜର ରଖିବ । ୪୦ ଗ୍ରାମର ଏହି ଡ୍ରୋନ୍ ର ଆଡଭାନ୍ସ ଓଜନ ୨୨ ଗ୍ରାମର କରାଯାଉଛି । ପ୍ରାରମ୍ଭିକ ପ୍ରୟୋଗ ପରେ ମାର୍ଚ୍ଚ ଯାଏ ଏହାକୁ ବିଇଏଲ୍ କୁ ଟେଷ୍ଟିଙ୍ଗ୍ ପାଇଁ ଦିଆଯିବ । ଜୁନ୍ ଯାଏ ପରୀକ୍ଷଣ କରାଯିବାପରେ ସେନା ଏବଂ ଅନ୍ୟ ପାରା ମିଲିଟାରୀ ଫୋର୍ସକୁ ଦିଆଯିବ । ଭିତରି ଏବଂ ସୀମାବର୍ତ୍ତୀ ସୁରକ୍ଷା ବ୍ୟତିତ ଏହାର ବ୍ୟବହାର ରେଲେଓ୍ଵ ଟ୍ରାକର ମନିଟେରିଙ୍ଗ୍‌,ବିଜୁଳି ତାରର ଦେଖାରେଖା,କୌଣସି ରେସକ୍ୟୁ ଅପରେସନ୍‌,ବନ୍ୟା ଏବଂ ଅନ୍ୟ ପରିସ୍ଥିତି ଆଦିରେ କରାଯିବ ।

ବିଶେଷଜ୍ଞ ମାନେ କହିଛନ୍ତି କି, ରାତିରେ ବି ଏହା ନଜର ରଖିବାର କ୍ଷମତା ରଖିଥିବାରୁ ଏନେଇ ସେନା ଏବଂ ପୋଲିସର ଆହୁରି ଅଧିକ ଶକ୍ତି ବଢିବ । ଯେଉଁଠାରେ ମଣିଷ ପହଁଚିବା କଷ୍ଟ ସାଧ୍ୟ ହୁଏ ସେଠାରେ ସହଜରେ ପହଁଚି ପାରିବ କକରୋଜ୍ ଡ୍ରୋନ୍ । ଆଇଆଇଟି କାନପୁରର ପ୍ରଫେସର ଲକ୍ଷ୍ମୀଧର ବେହେରା,ଡକ୍ଟର ଜୟନ୍ତ କୁମାର ସିଂ,ସନ୍ଦିପ ଗୁପ୍ତା,ଜେ.କୁମାର ଏବଂ ପଦ୍ମିନି ସିଂ ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ।

iitଏଠାରେ ସୂଚନାଯୋଗ୍ୟ,  ଇନସେକ୍ଟ କପଟର ପରି ଉପକରଣର ବ୍ୟବହାର ଆମେରିକା,ଋଷ,ଚୀନ୍ ପରି ଦେଶର ସେନାମାନେ କରିସାରିଲେଣି । ଆମେରିକା ତ ମାଛି ପରି ଇନସେକ୍ଟ କପଟର ବିକସିତ କରି ସାରିଛି । ଏବେ ଭାରତ ଏଦିଗରେ ପଦକ୍ଷପ ଗ୍ରହଣ କରିଛି । ଏହି ଡ୍ରୋନ୍ ଅଧିକ ସମୟ ଯାଏ ଗୋଟିଏ ସ୍ଥାନରେ ରହିପାରିବ । ଏହାସହ କୌଣସି କାନ୍ଥରେ ଏହା ଚିପକି ହୋଇ ବହୁ ସମୟ ଧରି ରହିପାରିବ ।

cockroachଏହା ପାଖାପାଖି ଦୁଇ ଘଣ୍ଟା ଧରି ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି କରିପାରିବ । ଏହା କୌଣସି କାନ୍ଥରେ ଲାଗିଯିବା ପରେ ଏଥିରେ ଲାଗିଥିବା ମୋଟର ଆପେ ଆପେ ବନ୍ଦ ହୋଇଯିବ ଫଳରେ ଏହାର ବ୍ୟାଟେରୀ ବ୍ୟାକଅପ୍ ବଢିଯିବ । ଯେମିତି ପିମ୍ପୁଡିମାନେ ଏକା ସାଙ୍ଗରେ ମିଶି କାମ କରନ୍ତି। ସେହିପରି ଇନସେକ୍ଟ କପଟର ଚେନ୍ ବନାଇ କାମ କରିବ । କୌଣସି ଅପରେସନ୍ ପାଇଁ ଗୋଟେ ଥରରେ ପାଞ୍ଚରୁ ଛଅ ଇନସେକ୍ଟ କପଟର ଛଡା ଯାଇପାରିବ । କୌଣସି କ୍ଷତିର ଆଶଙ୍କା ଥଲେ ଏମାନେ ପରସ୍ପରକୁ ସିଗନାଲ୍ ଦେବେ ।

ପଢନ୍ତୁ: ଓଡ଼ିଶାର ବେଲପାହାଡ ଓ ତାଳଚେର ପବନରେ ବିଷ!

Related posts

ବିନୟର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

Ratnamani Maharana

ବ୍ୟାନ୍ ହେବ ପବଜୀ ଗେମ୍!

Ratnamani Maharana

ଫାଶୀ ଭୟରେ କାନ୍ଦୁଛନ୍ତି ନିର୍ଭୟା ଦୋଷୀ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More