LIFESTYLE

ସନ୍ତୁଳିତ ସ୍ୱାସ୍ଥ୍ୟ ପାଇଁ ନଡିଆକୁ ନିୟମିତ ଭାବରେ ଖାଦ୍ୟରେ ବ୍ୟବହାର କରିବା ଉଚିତ

ନଡିଆ ଏକ ସ୍ଵାଦିଷ୍ଟ ଫଳ । ଏହାକୁ କଞ୍ଚା କିମ୍ବା ରାନ୍ଧିକି ଖାଇପାରିବା । ସନ୍ତୁଳିତ ସ୍ୱାସ୍ଥ୍ୟ ପାଇଁ ନଡିଆକୁ ନିୟମିତ ଭାବରେ ଖାଦ୍ୟରେ ବ୍ୟବହାର କରିବା ଉଚିତ । ନଡିଆରେ ବିଭିର୍ଣ୍ଣ ପ୍ରକାର ଔଷଧୀୟ ଗୁଣ ଅଛି ଯାହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢେ । ତେବେ ଆସନ୍ତୁ ଜାଣିବା ନଡିଆ ବିଷୟରେ କିଛି କଥା।

• ଅମ୍ଳପିତ୍ତ ରୋଗ ପାଇଁ ନଡିଆ ଖୁବ ଉପକାରୀ ।  ଯଦି ଜଣେ ଅମ୍ଳପିତ୍ତ ରୋଗୀ ଏହାର ପାଣିକୁ ଖାଇସାରିବାର କିଛି ସମୟ ପରେ ପିଇବେ କିମ୍ବା ନଡିଆ ଖାଇବେ ତେବେ ଉପକାର ମିଳିବ ।

• ଦୃଷ୍ଟି ଶକ୍ତି ବଢାଇବା ପାଇଁ ମଧ୍ୟ ନଡିଆ ପାଣିକୁ ବ୍ୟବହାର କରାଯାଇପାରିବ ।  ଚକ୍ଷୁ ଡୋଳା ଲାଲ ହୋଇ ଯାଇଥିଲେ, ସେଥିରୁ ପାଣି ଗଡୁଥିଲେ କିମ୍ବା ମୁଣ୍ଡ ବିନ୍ଧୁଥିଲେ ପଇଡ ପାଣିରେ ଆଖି ଧୋଇଲେ ଏହି ସମସ୍ୟା ଦୂର ହୋଇଥାଏ ।

• ପାଟିରେ ଘା ହେଉଥିଲେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ତେବେ ଗରମ ଭାତରେ ନଡିଆ ରସ ମିଶାଇ କିଛି ଦିନ ଖାଇଲେ ଏହା ଭଲ ହୋଇଥାଏ ।

• ନଡିଆ ରସକୁ ଫାଟିଥିବା ଓଠରେ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ ।

• ମୁହଁରୁ ବିଭିନ୍ନ କଳା ଦାଗ ଲିଭାଇବା ପାଇଁ ମଧ୍ୟ ପଇଡ ପାଣିକୁ ବ୍ୟବହାର କରିପାରିବେ । ପ୍ରତିଦିନ ସକାଳୁ ଉଠି ପଇଡ ପାଣିରେ ମୁହଁ ଧୋଇବା ଦ୍ୱାରା କଳା ଦାଗ ହଟିଥାଏ । ଏଥିସହ ଏକ ସୁନ୍ଦର ଓ ଆକର୍ଷଣୀୟ ତ୍ୱଚା ଆଣିଥାଏ । ହାଡଫୁଟି ଭଳି ରୋଗର ଦାଗ ମଧ୍ୟ ନଡିଆ ପାଣି ଦ୍ଵାରା ଦୂର କରାଯାଇପାରିବ ।

ସନ୍ତୁଳିତ ସ୍ୱାସ୍ଥ୍ୟ ପାଇଁ ନଡିଆକୁ ନିୟମିତ ଭାବରେ ଖାଦ୍ୟରେ ବ୍ୟବହାର କରିବା ଉଚିତ   ସନ୍ତୁଳିତ ସ୍ୱାସ୍ଥ୍ୟ ପାଇଁ ନଡିଆକୁ ନିୟମିତ ଭାବରେ ଖାଦ୍ୟରେ ବ୍ୟବହାର କରିବା ଉଚିତ

ଜାଣନ୍ତୁ ସ୍ଵାଇନ ଫ୍ଲୁ ବିଷୟରେ

Related posts

ଅଣ୍ଡା ଖାଇବା ଆମ ଶରୀର ପାଇଁ କେତେ ଲାଭଦାୟକ ଓ କେତେ କ୍ଷତିକାରକ ଜାଣନ୍ତୁ

Krishna Kumar Manoj

ଶରୀରକୁ ସୁସ୍ଥ ରଖିବା ପାଇଁ, ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣି ପିଅନ୍ତୁ

Krishna Kumar Manoj

ଆପଣ ଜାଣନ୍ତି କି ? ଅଧିକ ମାତ୍ରାର ନାଜାଲ୍ ଡ୍ରପର ପ୍ରୟୋଗ ଶରୀର ପାଇଁ କ୍ଷତିକାରକ ହୋଇପାରେ ! ଜାଣନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More