EnewsOdia.Com

ଗ୍ରିନ୍ କଫି ସାହାର୍ଯ୍ୟରେ କମାନ୍ତୁ ଓଜନ, ଜାଣନ୍ତୁ କିପରି

କିଛି ଲୋକ ନିଜ ସକାଳର ଆରମ୍ଭ ଚା’ ପିଇ ଆରମ୍ଭ କରିଥାନ୍ତି; ତ କିଛି ଲୋକ କଫି ପିଇ ନିଜ ଦିନଚର୍ଯ୍ୟା ଆରମ୍ଭ କରିଥାନ୍ତି । କିନ୍ତୁ କଫି ପିଇବା ଦ୍ୱାରା ଶରୀରର ଓଜନ ହ୍ରାସ ହେବା କଥା ଆପଣ କେବେ ଶୁଣିଥିଲେ କି? ଆଜ୍ଞା ହଁ! ଗ୍ରିନ୍‌ କଫି ପିଇବା ଦ୍ୱାରା ଶରୀରର ଓଜନ କମ ହୋଇଥାଏ ।  ଏହା ଓଜନ କମ କରିବା ସହ ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

୧.ଗ୍ରିନ୍‌ କଫି ବିନ୍ସରେ ଆଣ୍ଟି-ଅକ୍ସିଡ଼ାଣ୍ଟର ମାତ୍ରା ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ଆସୁଥିବା ସବୁ ହାନୀକାରକ ପଦାର୍ଥକୁ ଦୂର କରିବା ସହ ଶରୀରକୁ ସୁସ୍ଥ ରଖିଥାଏ ।

୨.ଗ୍ରିନ୍‌ କଫି ବିନ୍ସରେ କ୍ଲୋରୋଜେନିକ୍‌ ଏସିଡ୍‍ ରହିଥାଏ । ଯାହା ଶରୀରର ଗ୍ଲୁକୋଜର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ । ଏହା ଦ୍ୱାରା ଶରୀରର କୋଷିକାଗୁଡ଼ିକ ସୁସ୍ଥ ରହିଥାଏ ।

୩. ଗ୍ରିନ୍‌ କଫି ବିନ୍ସ ଟାଇପ୍‌-୨ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରଣରେ ରଖିବା ସହ ମଧୁମେହ ହେବାର ଆଶଙ୍କାକୁ କମ କରିଥାଏ ।

୪.ମଧୁମେହ ସହ ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହା ସହ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ହେଉଥିବା ହୃଦ୍‌ଘାତ, କ୍ରୋନିକ୍‌ କିଡନି ଫେଲିୟର ଭଳି ସମସ୍ୟାକୁ ମଧ୍ୟ ଏହା ବହୁ ମାତ୍ରରେ ରୋକିଥାଏ ।

ପଢନ୍ତୁ: ଡାଇବେଟିସ୍‌ ନିୟନ୍ତ୍ରଣ କରେ ଛତୁ, ଜାଣନ୍ତୁ କିପରି

ସମ୍ବନ୍ଧିତ ଖବର

କାର୍ଯ୍ୟାଳୟରେ ଚାପ କମ୍ କରିବାର ସହଜ ଉପାୟ

Ratnamani Maharana

ଗର୍ଭାବସ୍ଥାରେ ଘୁଙ୍ଗୁଡ଼ି ମାରୁଥିଲେ ଗର୍ଭସ୍ଥ ଶିଶୁ ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

Ratnamani Maharana

ଜାଣନ୍ତୁ କେଉଁ ବାସନ ବ୍ୟବହାର କଲେ କିପରି ଲାଭ ମିଳିଥାଏ

Ratnamani Maharana

ଘରର ମୁଖିଆ ଗୁରୁବାର ଦିନ ଏହି ତିନୋଟି କାମ କରିବା ଉଚିତ ନୁହେଁ, ଜାଣନ୍ତୁ କଣ

Ratnamani Maharana

ସଂପର୍କରେ ମଧୁରତା ଆଣେ ଦୂରତା, ଜାଣନ୍ତୁ କିପରି

Ratnamani Maharana

ମହିଳାଙ୍କ ପାଇଁ ବରଦାନ ଅଟେ କସ୍ତୁରୀମେଥି

Ratnamani Maharana