• Home
  • LIFESTYLE
  • ଆସନ୍ତୁ ଜାଣିବା , କଫି ଦ୍ୱାରା ତ୍ୱଚାକୁ କିଭଳି ସୁନ୍ଦର କରିପାରିବା !
LIFESTYLE

ଆସନ୍ତୁ ଜାଣିବା , କଫି ଦ୍ୱାରା ତ୍ୱଚାକୁ କିଭଳି ସୁନ୍ଦର କରିପାରିବା !

ଶୀତଋତୁରେ ନିଜକୁ ତାଜା ରଖିବା ଓ ଗରମ ରଖିବା ପାଇଁ କଫି ଏକ ଭଲ ବିକଳ୍ପ  ଅଟେ । ଡ୍ରିଙ୍କ୍ ଭାବେ କଫି ଅଧିକାଂଶ ଲୋକଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଅନେକ ଗବେଷଣାରୁ ଏହି କଥା ସାବ୍ୟସ୍ତ ହୋଇଛି ଯେ କଫି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ  । କିନ୍ତୁ କଣ ଆପଣ ଜାଣିଛନ୍ତି କି , କଫି କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ, ତ୍ୱଚାକୁ ସୁନ୍ଦର କରିବା ପାଇଁ ଖୁବ ଲାଭଦାୟକ ।

ଆସନ୍ତୁ ଜାଣିବା କଫି ଦ୍ୱାରା ତ୍ୱଚାକୁ କିଭଳି ସୁନ୍ଦର କରିପାରିବ ;

-କଫି ପାଉଡର୍‌ରେ ଟି-ଟ୍ରୀ-ଓଏଲ ମିଶାଇ ଚେହେରାରେ ମସାଜ କରିବା ଦ୍ୱାରା ବଢୁଥିବା ବୟସର ଲକ୍ଷଣ କମ ଦେଖାଯିବ ଓ ଚେହେରାରେ ଚମକ ଆଣିବ ।

-ଚେହେରାରେ କଫି ଦ୍ୱାରା ମସାଜ କରିବା ଦ୍ୱାରା ଚେହେରାରୁ ତେଲିଆ ଓ କଳାଦାଗ ସମସ୍ୟା ଦୂର ହୋଇଥାଏ ।

-କଫିରେ ମହଜୁକ ଥିବା ଆଣ୍ଟି-ଅକ୍ସିଡେଣ୍ଟ ତ୍ୱଚାରେ ଚମକ ଆଣିବା କାର୍ୟ୍ୟ କରିଥାଏ । ଆପଣ ଚାହିବେ ତ ଏହାକୁ ଚେହେରାରେ ମସାଜ କରିପାରିବେ । କିମ୍ବା ଏହାକୁ ଫେସ ପ୍ୟାକ୍ ରୂପେ ବ୍ୟବହାର କରିପାରିବେ ।

-କଫିରେ ଆଣ୍ଟି ଇନ୍‌ଫ୍ଲେମ୍ୟାଣ୍ଟରୀ ଗୁଣ ମିଳିଥାଏ । ଏହା ଆଖି ପାଖାପାଖି ଅଂଚଳରେ ହେଉଥିବା କଳାଦାଗ ସମସ୍ୟା ଦୂର ହୋଇଥଆଏ । ତା’ ସହିତ ଏହା ଆଖିଫୁଲା ଦୂର କରିଥାଏ ।

-ଚେହେରାରେ କଫି ପେଷ୍ଟ ଲଗାଇବାଦ୍ୱାରା ତ୍ୱଚାରେ ଚମକ ଆସିଥାଏ।

-କଫିକୁ ମହୁ ସହିତ ମିଶାଇ ସ୍କ୍ରବ ଭଳି ବ୍ୟବହାର କରିବା ଦ୍ୱାରା ଚେହେରାରେ ଥିବା ମୃତ କୋଷିକା ସଫା ହୋଇଥାନ୍ତି । ତା ସହିତ ତ୍ୱଚାକୁ ମଇଶ୍ଚରାଇଜ୍ କରି ଚେହେରାର ଶୁଷ୍କପଣ ଦୂର କରିଥାଏ ।

– କେଶ ଝଡିବା ସମସ୍ୟାରେ ଚିନ୍ତିତ ଅଛନ୍ତି, ତେବେ କଫିର ବ୍ୟବହାର ଲାଭଦାୟକ ହେବ । କଫିର ବ୍ୟବହାର ଦ୍ୱାରା କେଶ ଝଡିବା କମିଥାଏ । ମେହେନ୍ଦୀରେ କଫିକୁ ମିକ୍ସ କରି କେଶରେ ଲଗାନ୍ତୁ । ଏହାଦ୍ୱାରା କେଶର ସମସ୍ୟା ଦୂର ହେବା ସହିତ କଲର ଓ ଚମକ ଆଣିବ ।

ଆସନ୍ତୁ ଜାଣିବା , କଫି ଦ୍ୱାରା ତ୍ୱଚାକୁ କିଭଳି ସୁନ୍ଦର କରିପାରିବା ! coffey

ପଢନ୍ତୁ ;

ଆଇପିଏଲ-୧୧ ପାଇଁ ନିଲାମୀ ଆରମ୍ଭ : କୋହଲି , ଧୋନୀ, ରୋହିତ ସବୁଠାରୁ ଦାମୀ ଖେଳାଳି

Related posts

ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ସକାଳ ସମୟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

Krishna Kumar Manoj

ମୁହଁରୁ କଳା ଦାଗ ଯିବାର ଘରୋଇ ଉପଚାର,ଆସନ୍ତୁ ଜାଣିବା

Krishna Kumar Manoj

ବିୟର ଆପଣଙ୍କ କେଶ ପାଇଁ କେତେ ଲାଭ ଦାୟକ ଏବଂ ଏହାକୁ କିପରି ବ୍ୟବହାର କରିବେ ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More