ଆସୁଛି ଶୀତଦିନ , ଏହି ଉପାୟ ଦ୍ଵାରା ଆପଣଙ୍କୁ ଛୁଇଁ ପାରିବନି ଥଣ୍ଡା ଓ ସର୍ଦ୍ଦି

ଆସୁଛି ଶୀତଦିନ , ଏହି ଉପାୟ ଦ୍ଵାରା ଆପଣଙ୍କୁ ଛୁଇଁ ପାରିବନି ଥଣ୍ଡା ଓ ସର୍ଦ୍ଦି

ଥଣ୍ଡା ସର୍ଦ୍ଦି କାହାକୁ ବି ହେଉ ନା କାହିଁକି ,ଏହା କଷ୍ଟଦାୟକ ସହିତ ବିରକ୍ତିକର ମଧ୍ୟ । ଏହି ରୋଗ ଅତି ସହଜରେ ସମମସ୍ତଙ୍କ ମଧ୍ୟରେ ବ୍ୟାପିଥାଏ । ସାଧାରଣ ଜଣାପଡୁଥିଲେ ବେଳେ ବେଳେ ଏହା ଖୁବ ଅଧିକ କଷ୍ଟଦାୟକ ହୋଇଥାଏ । ନାକ ବନ୍ଦ ରହିବା, ନାକ ପୋଡିବା , ଦେହ ବିନ୍ଧା ହେବା ମୁଣ୍ଡ ବିନ୍ଧିବା , ଗଳା ଦରଜ ହେବା ଆଦି ଖୁବ କଷ୍ଟ ଦେଇଥାଏ । ବିରକ୍ତ ଲାଗିବା ସହିତ କୌଣସି କାମରେ ମନ ଲାଗେ ନାହିଁ । ଏଥିରୁ ନିସ୍ତାର ପାଇବା ପାଇଁ ଆମେ ବହୁତ ପ୍ରକାର ଔଷଧ ମଧ୍ୟ ବ୍ୟବହାର କରୁ ଯାହା ଅନ୍ୟ ରୋଗ ପାଇଁ ବାଟ ଫିଟାଏ । ଏଣୁ ଆସନ୍ତୁ ଜାଣିବା କିଛି ପ୍ରକୃତିକ ଉପାୟ ଏହି ରୋଗରୁ ମୁକ୍ତି ପାଇବା ପାଇଁ  :-

  •  ତୁଳସୀ ରସ ଓ ମହୁ ମିଶ୍ରଣ କୁ ଦିନରେ ୩/୪ ଥର ସେବନ କରନ୍ତୁ
  • ୭ଟି ତୁଳସୀ କଢି ନିଅନ୍ତୁ , ଗୋଟେ ଚୁଟକି ଚନ୍ଦନ ଓ କର୍ପୁର ମିଶ୍ରଣକୁ ଏକ ଗ୍ଲାସ ପାଣିରେ ଗୋଳେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏବେ ୭ଟି ଯାକ ତୁଳସୀ କଢିକୁ ଚୋବେଇ ତୁରନ୍ତ ଚନ୍ଦନ କର୍ପୁର ପାଣି କୁ ପିଅନ୍ତୁ । ଏହି ପ୍ରକ୍ରିୟାକୁ ଦିନରେ ଦୁଇଥର କରନ୍ତୁ।
  • ଏକ ଚାମଚ ଗଙ୍ଗଶିଉଳି ପତ୍ରର ରସ ଓ ଏକ ଚାମଚ ମହୁକୁ ମିଶାଇ , ଏହି ମିଶ୍ରଣକୁ ଦିନରେ ଥରେ ତିନି ଦିନ ସେବନ କରନ୍ତୁ ।

ଆସୁଛି ଶୀତଦିନ , ଏହି ଉପାୟ ଦ୍ଵାରା ଆପଣଙ୍କୁ ଛୁଇଁ ପାରିବନି ଥଣ୍ଡା ଓ ସର୍ଦ୍ଦି

ପଢନ୍ତୁ,  ହିନ୍ଦୁଶାସ୍ତ୍ର ଅନୁସାରେ କେଉଁ ବୃକ୍ଷକୁ ପୂଜାକଲେ କେଉଁ ବାଧାରୁ ମୁକ୍ତି ମିଳେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More