29.1 C
Bhubaneswar
June 13, 2021
EnewsOdia.Com
ନ୍ୟୁଜ୍

ଡରାଉଛି ଶୀତ, ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

ରାଜ୍ୟରେ ପ୍ରବଳ ଶୀତ ଜାରି ରହିଛି । ଖୁସିଛି ପାରଦ ବଢ଼ୁଛି ଶୀତ । ପୁଣି ଶୀତ ଲେଉଟିଲାଣି । ଶୀତର ମାତ୍ରା ଏତେ ରହିଛି ଯେ ସକାଳୁ ସକାଳୁ ବାହାରକୁ ବାହରିବା କଷ୍ଟ ହୋଇପଡ଼ୁଛି । ସନ୍ଧ୍ୟା ହେବା ମାତ୍ରେ ଥଣ୍ଡାର ମାତ୍ରା ବଢ଼ି ବଢ଼ି ଯାଉଛି । ଯାହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ଆଜି ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସୋନପୁର ସହ ଫୁଲବାଣୀ ଏ ଦୁଇ ସହର ଆଜି ଓଡ଼ିଶାର ସବୁଠୁ ଥଣ୍ଡା ସହରଭାବେ ପରିଗଣିତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରି ସେଲସିଅସ୍ ତଳେ ରହିଛି। ସକାଳ ସାଢ଼େ ୮ଟା ବେଳେ କଟକରେ ୧୦.୫ ଡିଗ୍ରି ସେଲସିଅସ୍ ଓ ଭୁବନେଶ୍ବରରେ ୧୧.୪ ଡିଗ୍ରି ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୫ ଦିନ ଯାଏ ଆକାଶ ମେଘ ମୁକ୍ତ ରହିବ। ଗୋଟିଏ ଦୁଇଟି ଜାଗାରେ ଆକାଶ ମେଘୁଆ ରହିପାରେ। ହେଲେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ।

ପଢନ୍ତୁ: ଫାଶୀ ଭୟରେ କାନ୍ଦୁଛନ୍ତି ନିର୍ଭୟା ଦୋଷୀ

Related posts

ରେଳଷ୍ଟେସନରେ ଲାଗିବ ଫେସ୍ ଆଇଡେଣ୍ଟିଫିକେସନ୍ ସିଷ୍ଟମ

Ratnamani Maharana

ବିଜୁବାବୁଙ୍କ ଜୟନ୍ତୀରେ ୨୦୦୦ ଲୋକଙ୍କୁ ମାଗଣା ଚା’ ବାଣ୍ଟିଲେ ବ୍ରଜଭାଇ

Ratnamani Maharana

ମାର୍ଚ୍ଚ ୩୧ ଯାଏଁ ସବୁ ବିବାହ ଉତ୍ସବ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ କେରଳ ମୁଖ୍ୟମନ୍ତ୍ରୀ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More