Loading...

ଅସହ୍ୟ ଥଣ୍ଡାରୁ ମିଳୁନି ନିସ୍ତାର, ଆହୁରି ୨ ଦିନ ଥରାଇବ ଶୀତ

ଅସହ୍ୟ ଥଣ୍ଡାରୁ ମିଳୁନି ନିସ୍ତାର, ଆହୁରି ୨ ଦିନ ଥରାଇବ ଶୀତ

ଅସହ୍ୟ ଥଣ୍ଡାରୁ ମିଳୁନି ନିସ୍ତାର। ଏତେ ଥଣ୍ଡା ଯେ ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ୁଛି। ସେପଟେ ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ଼ କୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ଅସହ୍ୟ ଥଣ୍ଡାରୁ ମିଳୁନି ନିସ୍ତାର। ଏତେ ଥଣ୍ଡା ଯେ ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ୁଛି। ସେପଟେ ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ଼ କୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ। 

୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଆଜିି ଅନୁଗୁଳ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ରାତି ଓ ପାହାନ୍ତା ସମୟରେ ଘରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। 

ଏହି ସମୟରେ ଦୁଇ ଚକିଆ ଯାନ ଓ ଖୋଲା ଗାଡ଼ିରେ ଯାତ୍ରାରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି। ଘରୁ ବାହାରିଲେ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଶୀତ ପୋଷାକ ପିନ୍ଧନ୍ତୁ। ଉତ୍ତର ଓ କେନ୍ଦ୍ର ଭାରତ ପଟୁ ବହୁଥିବା ଥଣ୍ଡା ପବନ ଯୋଗୁ ଓଡ଼ିଶାରେ ଅସହ୍ୟ ଶୀତ ହେଉଛି। ତେଣୁ ୧୧ କିମ୍ବା ୧୨ ତାରିଖ ପରଠୁ ଏହା କମିବାର ସମ୍ଭାବନା ରହିଛି।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.