EnewsOdia.Com

କନ୍ଧମାଳରେ ପହିଲି ଶୀତର ପରଶ, ଦାରିଙ୍ଗବାଡ଼ି ଚଳଚଞ୍ଚଳ

କନ୍ଧମାଳ ଜିଲ୍ଲାରେ ଦୁଇ ତିନି ଦିନ ହେଲା ସକାଳ ସମୟରେ କୁହୁଡ଼ି ଲାଗି ରହିଥିବାବେଳେ ଆଜି ଛୁଇଁଛି ପହିଲି ଶୀତ। ପ୍ରକୋପ ଅଧିକ ନ ଥିଲେ ବି ସକାଳ ୭ଟା ପର୍ଯ୍ୟନ୍ତ ଅଳ୍ପ ଅଳ୍ପ ଶୀତ ଲାଗି ରହିଥିଲା। ଫୁଲବାଣୀ ସହରର ରାସ୍ତାରେ ପ୍ରାତଃଭ୍ରମଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ କିଏ ଟୋପି ଓ ଆଉ କେହି ଶୀତବସ୍ତ୍ର ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏଥିସହ ବେଶ୍ କୁହୁଡ଼ି ବି ପଡ଼ିଥିଲା। ୨/୩ ଦିନ ପୂର୍ବେ ଏଠାରେ ପାରଦ ୧୫ ଡିଗ୍ରି ପର୍ଯ୍ୟନ୍ତ ଖସିଥିବାବେଳେ ଆଜି ସର୍ବନିମ୍ନ ୧୩ ଡିଗ୍ରିରେ ପହଞ୍ଚିଛି।

ଅନ୍ୟପକ୍ଷରେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଏବେଠୁ ଚଳଚଞ୍ଚଳ ହୋଇ ଉଠିଲାଣି। ଶୀତ ଦିନେ ଏଠାକୁ ପ୍ରାୟତଃ ବହୁ ପର୍ଯ୍ୟଟକ ଆସିଥାନ୍ତି। ଶୀତରୁ ମଜା ଉଠାଇବା ସହ ମନୋରମ ପରିବେଶ ଓ କଫି ବଗିଚା ପରିଦର୍ଶନ କରିଥାନ୍ତି। ଏଥିପାଇଁ ସମସ୍ତ ହୋଟେଲ୍ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ କନ୍ଧମାଳ ଜିଲ୍ଲାରେ ପହିଲି ଶୀତୁ୍ଆ ସ୍ପର୍ଶରେ ଗାଁରୁ ସହର ଜନଜୀବନ ପୁଲିକିତ ହୋଇଛି।

ପଢନ୍ତୁ: ଧାମରା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ଦ୍ରୁତଗାମୀ ମାଛ ମାର୍ଲିନ

ସମ୍ବନ୍ଧିତ ଖବର

ଇଚ୍ଛା ମୃତ୍ୟୁ ପାଇଁ ୨୪ବର୍ଷର ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

Ratnamani Maharana

ରାଜଧାନୀରେ ଚାଲିଛି ଗୋଟିଏ ନମ୍ବରରେ ଅନେକ ଗାଡି

Ratnamani Maharana

ପ୍ରଧାନମନ୍ତ୍ରୀ ହେବତ ଏମିତି : ପଡିଆରେ କ୍ରିକେଟ ଖେଳାଳିଙ୍କ ପାଇଁ ୱାଟର ବଏ ପାଲଟିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

Ratnamani Maharana

ହସ୍ପିଟାଲରେ ଅମିତାଭ ବଚ୍ଚନ

Ratnamani Maharana

ପାଇଖାନା ଘର ସହ ବରପାତ୍ର ସେଲ୍ଫି ଦେଲେ କନ୍ୟାକୁ ମିଳିବ ୫୧ ହଜାର

Ratnamani Maharana

ଝଡ଼ ବି ସୃଷ୍ଟି କରେ ଭୂମିକମ୍ପ, “Stormquakes” ର ଆବିଷ୍କାର କଲେ ସିସ୍ମୋଲୋଜିଷ୍ଟ

Ratnamani Maharana