News

ଆହୁରି ୩ଦିନ ଅସହ୍ୟ ଜାଡ, ନୂଆବର୍ଷରୁ ଥଣ୍ଡା କମିବ

coldwave

ଆହୁରି ୩ଦିନ ଯାଏଁ ଅସହ୍ୟ ଜାଡ ଅନୁଭୂତ ହେବ। ତେବେ ଏଭଳି ଜାଡ଼ ଆସନ୍ତା 31 ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି । ସନ୍ଧ୍ୟା ହେବା କ୍ଷଣି ଦେହରେ ମାଡ଼ ହେଉଛି ଜାଡ଼। କୋହଲା ପବନରେ ଏବେଠୁ ଅସ୍ତବ୍ୟସ୍ତ ହେଲାଣି ସାରାରାଜ୍ୟ । ହାରାହାରି ତା‌ପମାତ୍ରା ୧ରୁ ୩ ଡିଗ୍ରି କମ୍‌ ରହୁଥିବାରୁ ସ୍ଥିତି ଆହୁରି ଜଟିଳ ହେଉଛି। ଥଣ୍ଡାର ପ୍ରକୋପ ବି ବଢ଼ୁଛି । ଶୁକ୍ରବାର ରା‌ତି ପରେ ଜାଡ଼ ଆହୁରି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।

coldwave

ଉତ୍ତର ଭାରତର ଶୀତ ଲହରୀର ପ୍ରଭାବ ଓଡ଼ିଶା ଉପରେ ପଡିବ। ବିଶେଷକରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ଅଧିକ ସାଂଘାତିକ ହେବ। ମୟୁରଭଞ୍ଜ, ବାଲେଶ୍ବର, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଭଦ୍ରକ ଜିଲ୍ଲାରେ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ସେପଟେ ଶୀତରେ ଥରୁଛି କନ୍ଧମାଳ । ଦାରିଙ୍ଗିବାଡିରେ ତୁଷାରପାତ ହୋଇଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ,ଆଜି ଦାରିଙ୍ଗବାଡିରେ ୬ ଡିଗ୍ରୀ, ଫୁଲବାଣୀରେ ୭ ଡିଗ୍ରୀ, ଅନୁଗୂଳରେ ୬.୬ ଡିଗ୍ରୀ, କେନ୍ଦୁଝରରେ ୬.୯ ଡିଗ୍ରୀ, ସୁନ୍ଦରଗଡରେ ୭ ଡିଗ୍ରୀ, ସମ୍ପଲପୁରରେ ୮.୧ ଡିଗ୍ରୀ, ବାଲେଶ୍ୱର ୮.୫ ଡିଗ୍ରୀ, ବାରିପଦାରେ ୮.୫ ଡିଗ୍ରୀ, ଭୁବନେଶ୍ୱରରେ ୯.୫ ଡିଗ୍ରୀ ଓ କଟକରେ ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ପଢନ୍ତୁ; ସେବାୟତଙ୍କ ଦାଦାଗିରି,ମହାପ୍ରଭୁ ୧୪ ଘଣ୍ଟା ଉପାସ

Related posts

ଖାଲେଦା ଜିଆଙ୍କୁ ୭ ବର୍ଷ ଜେଲ୍

ENO Beuro

ୟାଙ୍ଗନଠାରେ ଭାରତୀୟ ଉଦ୍ୟୋଗ ପ୍ରଦର୍ଶନୀ ଉଦଘାଟନ କଲେ ରାଷ୍ଟ୍ରପତି

ENO Beuro

ଇଣ୍ଡୋନେସିଆ: ସୁନାମିରେ ଭାସିଗଲେ ୨୨୨,୮୦୦ରୁ ଅଧିକ ଲୋକ ଆହତ

ENO Beuro

Leave a Comment