News

ପାରଦ ୫ ଡିଗ୍ରୀକୁ ଖସିଲା, କେନ୍ଦୁଝରରେ ତୁଷାରପାତ

cold

ଭୀଷଣ ଶୀତ। ସାରା ରାଜ୍ୟ ଶୀତ ମାଡରେ ଥରୁଛି। କନ୍ଧମାଳ ଅବସ୍ଥା ସବୁଠୁ ସଙ୍ଗୀନ। ଫୁଲବାଣୀରେ ପାରଦ ୫ଡିଗ୍ରୀ ସେଲସିୟସକୁ ଖସି ଆସିଛି। ରାଜ୍ୟରେ ୯ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି।

cold

ଫୁଲବାଣୀରେ ସର୍ବନିମ୍ନ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡି ୬, ଝାରସୁଗୁଡା ୯.୬, କେନ୍ଦୁଝର ୭.୨, ସମ୍ବଲପୁର ୯.୮, ସୁବର୍ଣ୍ଣପୁର ୯, ଟିଟିଲାଗଡ ୯.୫, ସୁନ୍ଦରଗଡ ୧୦, ହୀରାକୁଦ ୧୦.୧, ତାଳଚେର ୧୦.୩ ଏବଂ ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟକୁ ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ବାୟୁ ପ୍ରବାହିତ ହେଉଛି। ତେବେ ଆସନ୍ତା ଦୁଇଦିନ ଯାଏ ଥଣ୍ଡାରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ କହିଛନ୍ତି।

ଅନ୍ୟପକ୍ଷରେ ଥଣ୍ଡାକୁ ଦୃଷ୍ଟିରେ ରଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟସ୍ଥିତ କୃଷି ପାଣିପାଗ ଉପ ବିଭାଗ ଓ ରାଜ୍ୟ ସରକାରଙ୍କ କୃଷି ନିର୍ଦେଶାଳୟ ପକ୍ଷରୁ କୃଷି ଉପଦେଶ ଜାରି ହୋଇଛି। ରାତିର ତାପମାତ୍ରା କମ୍‌ ରହୁଥିବାରୁ ଉପଯୁକ୍ତ ପଦକ୍ଷେପ ନେବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।

ପଢନ୍ତୁ; ନୂଆ ଲୁକରେ ଆସିବ ୨୦ ଟଙ୍କିଆ ନୋଟ୍

Related posts

Elephant Census Report – The Elephant Population In Odisha Has Increased

ENO Beuro

ନୟାଗଡ଼ରେ ଏନ୍‌କାଉଣ୍ଟର୍‌ : ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାଁ ଆହତ !

ENO Beuro

ଭାରତକୁ ଆତଙ୍କବାଦୀ ମାସୁଦର ଧମକ: ଅଡିଓ କ୍ଲିପରେ ଜାରି

Ratnamani Moharana

Leave a Comment