19 C
Bhubaneswar
December 4, 2020
EnewsOdia.Com
ନ୍ୟୁଜ୍

ଭିଜାଇଲା ବର୍ଷା, ୯ ତାରିଖ ଯାଏ ରାଜ୍ୟରେ ଲାଗିରହିବ କୋହଲା ପାଗ

ପୁଣି ପାଗରେ ପରିବର୍ତ୍ତନ । ଶୀତ, ବର୍ଷା, ଶୀତ ପରେ ପୁଣି ପାଗ କୋହଲା । ରାଜ୍ୟରେ କେତେକ ସ୍ଥାନରେ ଗତକାଲିଠାରୁ ବର୍ଷା ଆରମ୍ଭ ହୋଇଛି । ତାଳଚେର, ଟିଟିଲାଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆହୁରି ଅନେକ ଜାଗାରେ ଝିପିଝିପି ବର୍ଷା ହେଉଥିବା ସୂଚନା ମିଳିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣର ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର  ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼  ଓ କେଉଁଝର ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ୨ ଦିନ ପର୍ଯ୍ୟନ୍ତ ରାତିରେ ତାପମାତ୍ରା  ସ୍ୱାଭାବିକ ରହିବ । ବର୍ଷା ଓ ମେଘୁଆ ପାଗ ଯୋଗୁଁ ରାତିରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ । ତା ପରେ ବାଦଲ ଅପସରି ଗଲେ ୮ ଓ ୯ ତାରିଖରୁ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ସେ କହିଛନ୍ତି।

ପଢନ୍ତୁ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ଆସିବ ହାଇକୋର୍ଟ ରାୟ

Related posts

କାଲିଠୁ NH ଟୋଲଗେଟରେ ଫାଷ୍ଟଟ୍ୟାଗ୍ ବାଧ୍ୟତାମୂଳକ

Ratnamani Maharana

କରୋନା ପାଇଁ ରାଜଧାନୀର ୧୭ ହାଟ ଉପରେ ଲାଗିଲା କଟକଣା

Ratnamani Maharana

ଇକୋ ରିଟ୍ରିଟରେ ରାତ୍ରିଯାପନ କଲେ ଧର୍ମେନ୍ଦ୍ର ପ୍ରଧାନ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More