News

ଅନ୍ଧାରରେ ବାଲେଶ୍ଵର ଜିଲ୍ଲାପାଳ ଅନଭିଜ୍ଞ ଅଡିଟରଙ୍କୁ ଦିଆଯାଉଛି ଅଡିଟ ଦାଇତ୍ଵ: ଅଖଣ୍ଡ

Untitled 2

ରାଜ୍ୟରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ କୌଣସି ପ୍ରକାର ଦୁର୍ନୀତିକୁ ଆଦୌ ବରଦାସ୍ତ କରାଯିବ ନାହି ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର କହୁଥିବାବେଳେ କେତେକ ଜିଲ୍ଲାସ୍ତରୀୟ ଅଫିସର ଏହାକୁ ଖାତିର କରୁନାହାନ୍ତି। ଏଭଳିକି କେନ୍ଦ୍ରୀୟ ଅର୍ଥକୁ ବାଟମାରଣା କରିବାକୁ ମଧ୍ୟ ସେମାନେ ପଛଉନାହାନ୍ତି। ଏହାର ଉଦାହରଣ ହେଉଛି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା। ଡିଆରଡିଏ ଅଧୀନରେ ପଞ୍ଚାୟତସ୍ତରରୁ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ହେଉଥିବା କାମ ହେବାପାଇଁ କେନ୍ଦ୍ରସରକାର ଅର୍ଥ ଦେଇଥାନ୍ତି। ଏହି ଅର୍ଥ ଠିକ ଭାବେ ଉପଯୋଗ ହେଉଛି କି ନାହି ତାହା ଜାଣିବା ପାଇଁ ଅଭିଜ୍ଞ ଚାଟର୍ଡ ଆକାଉଣ୍ଟଟାନ୍ଟଙ୍କ ଦ୍ଵାରା ଅଡିଟ କରାଯିବାର ବ୍ୟବସ୍ଥା ରହିଛି। କିନ୍ତୁ ଏହା ଦ୍ଵାରା ଦୁର୍ନୀତି ଧରାପଡିଯିବା ଭୟରେ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ମନଇଛା ସେମାନଙ୍କ ମନମୁତାବକ ଅଡିଟରଙ୍କୁ ଅଡିଟ ଦାଇତ୍ଵ ଦେବାଲାଗି ବାଟ ବାହାର କରିବାରେ ଲାଗି ହୋଇଥିବା ପ୍ରକ୍ରିୟାରେ ଏଭଳି ଅନିମିୟତତା ଓ କେଲେଙ୍କାରି ସମ୍ନ୍ନାକୁ ଆସିଛି।

ବାଲେଶ୍ବରରେ ଡିଆରଡିଏ  ଅଧୀନରେ ଥିବା କେନ୍ଦ୍ରୀୟ ପାଣ୍ଠିରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ଅଡିଟ ପାଇଁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ଫାର୍ମଗୁଡିକର ତାଲିକାଭୁକ୍ତ କରିବା ପାଇଁ ଗତ ଜୁନ ୨୧ ତାରିଖରେ ଟେଣ୍ଡର କଲ ନୋଟିସ ବାହାରିଥିଲା। କିନ୍ତୁ ଯେଉଁ ଆଧାରରେ ଫାର୍ମଗୁଡିକୁ ଚୟନ କରାଯିବ ବୋଲି ଲେଖାଯାଇଥିଲା, ତାହା ସ୍ପଷ୍ଟଭାବେ ଅଭିଜ୍ଞ ଅଡିଟରମନକୁ ବାଦ ଦେବାଲାଗି ଉଦ୍ଦିଷ୍ଟ ପରି ଲାଗୁଥିଲା। ଫାର୍ମଗୁଡ଼ିକର ପ୍ରତିଷ୍ଠା ତାରିଖ ଓ ଅଭିଜ୍ଞତାକୁ ଅଣଦେଖା କରି ପାର୍ଟନରସିପ ତାରିଖ ଉପରେ ପ୍ରାଧନ୍ୟ ଦିଆଯାଉଛି। ଯାହା କୌଣସି ପ୍ରକାର ଯୁକ୍ତିସଙ୍ଗତ ନୁହେଁ। ପେଷାଦାର ଚାଟାର୍ଡ ଆକାଉଣ୍ଟଟାଣ୍ଟ ଫାର୍ମ  କୌଣସି ପ୍ରକାର ବ୍ୟବସାୟିକ ସଂସ୍ଥା ନୁହେଁ। ତେଣୁ ସେମାନଙ୍କର କେତେ ଟଙ୍କାର ବ୍ୟବସାୟ ବା ଟର୍ନ ଓଭରକୁ ଲକ୍ଷ୍ୟକରି ଚୟନହେବା ଯୁକ୍ତିଯୁକ୍ତ ନୁହେଁ। ଏହି ଟର୍ନ ଓଭର ୩୦ଲକ୍ଷଟଙ୍କା ହୋଇଥିଲେ ତାଙ୍କୁ ୧୦ ନମ୍ବର ଦିଆଯିବ ବୋଲି ଏହି ଟେଣ୍ଡରରେ ସର୍ତ ରହିଛି। ଯେ କୌଣସି କାର୍ଯ୍ୟ ପାଇଁ ଅଭିଜ୍ଞତା ଅତ୍ୟନ୍ତ ଗୁରୁତ୍ବପୂର୍ଣ ତେଣୁ ଅଭିଜ୍ଞାତାକୁ ୮୦ ପ୍ରତିଶତ ଗୁରୁତ୍ଵ ବଦଳରେ ମାତ୍ର ୨୦ ପ୍ରତିଶତ ମାର୍କ ଦିଆଯାଇଛି। ବଜେଟ ପାଇଁ ଅଡିଟରମାନଙ୍କୁ କେତେ ଟଙ୍କା ମିଳିବ ତାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ହୋଇଛି କିନ୍ତୁ ଏହି ଫାଇନାସିଆଲ ବିଡ ପାଇଁ ସ୍କୋର ରହିଛି ୪୦ ମାର୍କ। ଯାହାର ଆଦୌ ଆବଶ୍ୟକତା ନାହି। ଅଭିଜ୍ଞତା ଚାଟାର୍ଡ ଆକାଉଣ୍ଟଟାଣ୍ଟ ଫାର୍ମଗୁଡିକ ଏଭଳି ଅଯୌକ୍ତିକ ତାଲିକାଭୁକ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। କାରଣ ଏହି ପ୍ରକ୍ରିୟା ଯୋଗୁଁ ଆଇସିଆଇ ଦ୍ଵାରା କ୍ୟାଟାଗୋରୀ-୧ ଶ୍ରେଣୀଭୁକ୍ତ ହୋଇଥିବା ଚାଟାର୍ଡ ଆକାଉଣ୍ଟଟାଣ୍ଟ ଫାର୍ମଗୁଡିକ ଏଥିରୁ ବଞ୍ଚିତ ହେଉଛନ୍ତି। ଯାହା ଏକ ଷଡଯନ୍ତ୍ର ବୋଲି ଆଶଙ୍କା କରାଯାଉଛି। ଅଡିଟର ଅସଲ ଉଦ୍ଦେଶ୍ୟ ଓ ଏହାର ସଫଳକୁ ବାଲେଶ୍ଵର ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦେଶାଳୟ ବେଖାତିର କରି ଅନଭିଜ୍ଞ ଓ ତାଙ୍କ କଥାରେ ପରିଚାଳିତ ହେଉଥିବା ଚାଟାର୍ଡ ଆକାଉଣ୍ଟଟାଣ୍ଟଙ୍କୁ ନିଯୁକ୍ତି କରି ସବୁ ଦୁର୍ନୀତିକୁ ପାସ କାରାଇବାକୁ ଉଦ୍ୟମ ଆରମ୍ଭ କରୁଛନ୍ତି। ୨୦୧୭ରେ ମଧ୍ୟ ସେଠାରେ ସେହିଭଳି ପରିସ୍ଥିତି ହୋଇଥିଲା। କିନ୍ତୁ ଅଭିଯୋଗ ପରେ ତତ୍କାଳୀନ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦେଶକ ଟେଣ୍ଡରକୁ ରଦ୍ଦ କରିଦେଇଥିଲେ।କିନ୍ତୁ ସେହି ଦୁଇ ଅଧିକାରୀଙ୍କ ବଦଳିପରେ ଏବେ ପୁଣି ଡିଆରଡିଏରେ ସେହି ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ପୁରୁଣା ବୁଦ୍ଧି ବାହାର କରିଛନ୍ତି। ଜିଲ୍ଲାପାଳଙ୍କୁ ଏବାବବ୍ଦରେ ଅନ୍ଧାରରେ ରଖାଯାଇଛି। ତେଣୁ ବାଲେଶ୍ଵର ଡିଆରଡିଏ ପକ୍ଷରୁ କରାଯାଉଥିବା ଏହି ଟେଣ୍ଡରକୁ ବାତିଲ କରିବା ପାଇଁ ଦାବି ହୋଇଛି। ୨୦୧୪ ପର୍ଯ୍ୟନ୍ତ ପଞ୍ଚାୟତିରାଜ ବିଭାଗ ଚାଟାର୍ଡ ଆକାଉଣ୍ଟଟାଣ୍ଟଙ୍କ ତାଲିକା କରି ଜିଲ୍ଲାପାଳଙ୍କ ନିକଟକୁ ପଠାଉଥିଲା। କିନ୍ତୁ ପରେ ଏହାକୁ ପରିବର୍ତନ କରି ଟେଣ୍ଡର ବ୍ୟବସ୍ଥା କରାଯାଇଛି। ଅଡିଟ କରୁଥିବା ସଂସ୍ଥା କୌଣସି ବ୍ୟବସାୟ ପ୍ରତିଷ୍ଠାନ ନୁହେଁ। ତେଣୁ ଟେଣ୍ଡର ତାଲିକା ବ୍ୟବସ୍ଥା ଉଚ୍ଛେଦ କରି ପୂବା ଭଳି ଚାଟାର୍ଡ ଆକାଉଣ୍ଟଟାଣ୍ଟଙ୍କୁ ଅଡିଟ ଦାଇତ୍ଵ ଦିଆଯିବା ଉଚିତ। ଏହା ନହେଲେ ଟେଣ୍ଡର ବ୍ୟବସ୍ଥାରେ ବିଭିନ୍ନ ମାନଦଣ୍ଡ ନାଁରେ ଡିଆରଡିଏ ଅଫିସରମାନେ ଅନଭିଜ୍ଞ ଅଡିଟର ମାନଙ୍କୁ ନିଯୋଜିତ କରିବାର ବାଟ ଖୋଲିଦେଇଛନ୍ତି। ବାଲେଶ୍ଵର ଡିଆରଡିଏ ପକ୍ଷରୁ ଜୁନ ମାସରେ ବାହାରିଥିବା ଟେଣ୍ଡରକୁ ବାତିଲ କରି ଚୟନ ପ୍ରକ୍ରିୟାରେ ସୁଧାର ଆଣି ଅଭିଜ୍ଞ ଚାଟାର୍ଡ ଆକାଉଣ୍ଟଟାଣ୍ଟମାନଙ୍କୁ ଅଡିଟ ଡାଇତ୍ଵ ଦିଆଯିବା ଓ ବାଲେଶ୍ଵର ଏପିଡିଙ୍କ ଏହି କାର୍ଯ୍ୟକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ପଢନ୍ତୁ: ଶରୀରକୁ ସମ୍ଭାଳ

Related posts

ଜମ୍ମୁ କାଶ୍ମୀର ର ବାରମୁଲାରେ ଆତଙ୍କବାଦୀ ଙ୍କ ଆକ୍ରମଣ, ୪ ପୋଲିସ ସହିଦ,୨ ଗୁରୁତର ଆହତ

ENO Beuro

ବଡ ଦେଉଳରୁ ଖସିଲା ଚୂନଖଣ୍ଡ : ମହିଳା ଭକ୍ତ ଆହାତ

ENO Beuro

ଟ୍ରେନ ଏବଂ ରେଳ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା

ENO Beuro

Leave a Comment