୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ଯାତ୍ରା ଜଗତରେ ହାସ୍ୟ ଅଭିନୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ଗୋବିନ୍ଦ ଚନ୍ଦ୍ର ବାରିକ (ଗୋବିନ୍ଦ ଭାଇ)ଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି।
ଯାତ୍ରା ଜଗତରେ ହାସ୍ୟ ଅଭିନୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ଗୋବିନ୍ଦ ଚନ୍ଦ୍ର ବାରିକ (ଗୋବିନ୍ଦ ଭାଇ)ଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଗୋବିନ୍ଦ ଦୀର୍ଘ ୪୦ ବର୍ଷ ଧରି ଶହେରୁ ଉର୍ଦ୍ଧ୍ବ ନାଟକରେ ହାସ୍ୟ ଅଭିନେତା ଭାବେ ଅଭିନୟ କରି ଯାତ୍ରା ଜଗତରେ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ତାଇ ବ୍ଲକ ନରସିଂହପୁର ପଂଚାୟତର ମଠସାହି ଗ୍ରାମରେ। ତୁଳସୀ ଗଣନାଟ୍ୟରେ ସେ ସର୍ବାଧିକ ସମୟ ଅଭିନୟ କରିଥିଲେ। ଶାରୀରିକ ଅସୁସ୍ଥତା ପାଇଁ କିଛିବର୍ଷ ହେବ ଗୋବିନ୍ଦ ଯାତ୍ରା ଦୁନିଆରୁ ଦୂରେଇ ଯାଇ ଘରେ ରହି ଆସୁଥିବାବେଳେ ପରିବାର ପ୍ରତିପୋଷଣ ପାଇଁ ଛେଳି ଚରାଉଥିଲେ। ଗଣମାଧ୍ୟମରେ ଏ ସମ୍ପର୍କରେ ପ୍ରକାଶ ପାଇବା ପରେ ଓଡ଼ିଶା ଯାତ୍ରା କଳାକାର ସଂଘ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଏହାପରେ ସେ ଗାଁ ଛକରେ ଚା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଗୋବିନ୍ଦଙ୍କୁ ୪ ଦିନ ତଳେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆଜି ସନ୍ଧ୍ୟାରେ ତାଙ୍କ ମରଶରୀର ଗ୍ରାମରେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗୋବିନ୍ଦଙ୍କୁ ଭଲ ପାଉଥିବା ଶହ ଶହ ଲୋକ ତାଙ୍କ ମଠସାହିସ୍ଥିତ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।