25 C
Bhubaneswar
October 25, 2020
EnewsOdia.Com
ନ୍ୟୁଜ୍

‘ମୋ ବସ୍‌’ରେ ବୁଲିବେ କମେଡିଆନ୍ କୁନାଲ କାମରା!

ଇଣ୍ଡିଗୋ ବିମାନରେ ଟିଭି ଆଙ୍କର ଅର୍ଣ୍ଣବ ଗୋସ୍ବାମୀଙ୍କୁ ‌ଟ୍ରୋଲ କରିଥିବା କମେଡିଆନ୍ କୁନାଲ କାମରାଙ୍କୁ ନେଇ ଦେଶବ୍ୟାପୀ ଚର୍ଚା। ବିମାନ ଭିତରେ ଜଣେ ଯାତ୍ରୀଙ୍କୁ ଏଭଳି ବ୍ୟବହାର ଦେଖାଇବାକୁ ନେଇ ପ୍ରଥମେ ଇଣ୍ଡିଗୋ ବିମାନ କୁନାଲଙ୍କୁ ଆସନ୍ତା ୬ ମାସ ବିମାନରେ ଉଡ଼ିବା ନେଇ ପ୍ରତିବନ୍ଧ ଲଗାଇଥିବା ବେଳେ ପରେ ଏୟାର ଇଣ୍ଡିଆ ଓ ଆଜି ସ୍ପାଇସ୍‌-ଜେଟ୍ ମଧ୍ୟ କୁନାଲଙ୍କ ଉପରେ ଏଭଳି ପ୍ରତିବନ୍ଧ ଲଗାଇଛି। ଆଗକୁ ଅନ୍ୟ ବିମାନ କମ୍ପାନି ମଧ୍ୟ ଏଭଳି ପ୍ରତିବନ୍ଧକ ଲଗାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେବେ କୁନାଲ ଭୁବନେଶ୍ବରରେ ‘ମୋ ବସ୍‌’ରେ ଯାତ୍ରା କରିପାରିବେ ବୋଲି କ୍ରୁଟ୍‌ ଏମ୍‌ଡି ଅରୁଣ ବୋଥ୍ରା ଟ୍ବିଟରରେ ମତ‌ ଦେଇଛନ୍ତି। ସେ ଏ ସଂପର୍କରେ ଟ୍ବିଟ୍ କରିବା ପରେ ଏହାକୁ ନେଇ ଜୋରଦାର ଚର୍ଚା ଆରମ୍ଭ ହୋଇଯାଇଛି। କିଛି ଲୋକ ଅରୁଣଙ୍କ ଏହି ଟ୍ବିଟ୍‌କୁ ପସନ୍ଦ କରିଥିବା ବେଳେ ଅନେକ ଏହାକୁ ନାପସନ୍ଦ ବି କରିଛନ୍ତି। ଯେଉଁଥିପାଇଁ ଅନେକଙ୍କ ସହିତ ଅରୁଣଙ୍କ କଥା କଟାକଟି ହୋଇଛି।

ନିଜ ଟ୍ବିଟ୍‌ରରେ ଅରୁଣ ଲେଖିଛନ୍ତି ଯେ, ଆଗକୁ ଭୁବନେଶ୍ବର ଆସିବା ସମୟରେ କୁନାଲ ‘ମୋ ବସ୍‌’ରେ ଯାତ୍ରା କରିପାରିବେ। ଜଣେ ସହଯାତ୍ରୀଙ୍କ ପ୍ରତି କୁନାଲଙ୍କ ଏଭଳି ବ୍ୟବହାରକୁ ବ୍ୟକ୍ତିଗତ ଭାବେ ମୁଁ ପସନ୍ଦ କରେ ନାହିଁ। ତେବେ କ୍ରୁଟ୍‌ର ଏମ୍‌ଡି ଭାବେ ମୁଁ ତାଙ୍କୁ ସ୍ବାଗତ କରିଛି। ‘ମୋ ବସ୍‌’ର ଏକ ବିରାଟ ହୃଦୟ ଅଛି। ଅରୁଣଙ୍କ ଏହି ଟ୍ବିଟ୍‌ ପରେ ଅନେକ ଲୋକ ଏହାକୁ ରିଟ୍ବିଟ୍‌ କରିଥିଲେ।

ପଢନ୍ତୁ: ଫେବୃଆରୀ ୧୯ ରୁ ମାଟ୍ରିକ୍‌ ପରୀକ୍ଷା

Related posts

ଜେମ୍ସ ବଣ୍ଡ ଅବତାରରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

Ratnamani Maharana

ନୂଆ ହିରୋକୁ ମେଡାଲ ଦେଲେ ଟ୍ରମ୍ପ୍‌

Ratnamani Maharana

‘ଯେତେ ମାରିବ ହର୍ଣ୍ଣ, ଟ୍ରାଫିକରେ ସେତେ ଅଧିକ କରିବ ଅପେକ୍ଷା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More