Entertainment

ବିବାହ ବନ୍ଧନରେ ଆବଦ୍ଧ ହେଲେ କପିଲ-ଗିନ୍ନୀ

kapil

ବିବାହ କଲେ କପିଲ

ବିବାହ କଲେ କମେଡି କିଙ୍ଗ କପିଲ ଶର୍ମା । ସେ ନିଜର କଥିତ ପ୍ରେମିକା ଗିନ୍ନି ଚତରଥଙ୍କୁ ବିବାହ କରିଛନ୍ତି । ପଞ୍ଜାବ ଜଳନ୍ଧରଠାରେ ଉଭୟ ହିନ୍ଦୁ ଏବଂ ଶିଖ୍‌ ପରମ୍ପରାନୁଯାୟୀ ଏହି ବିବାହ ଅନୁଷ୍ଠିତ ହୋଇଛି।

୧୨ ଏବଂ ୧୩ ତାରିଖ ଦୁଇଦିନ ଧରି ବିବାହ କାର୍ଯ୍ୟ ଚାଲିବା ପରେ ୧୪ ତାରିଖରେ କପିଲ ବିବାହ ଭୋଜି ଦେବେ। ତେବେ ଏହି ଭୋଜି ଅମୃତସରରେ ରଖାଯାଇଛି। ପରେ ୨୪ ତାରିଖରେ ବମ୍ବେରେ ଅନ୍ୟ ଏକ ରିସେପ୍ସନ ଭୋଜି ହେବ। ଏଥିରେ କପିଲଙ୍କ ସହକର୍ମୀ, କଳାକାର ଜଗତ ତଥା ବ୍ୟବସାୟ ସହ ଜଡିତ ବଡ଼ ବଡ଼ ତାରକା ଯୋଗ ଦେବେ ବୋଲି ଜଣାପଡିଛି।

kapil

ଉଲ୍ଲେଖଯୋଗ୍ୟ, କପିଲ ପଞ୍ଜାବର ଅମୃତସରରେ ରୁହନ୍ତି ଏବଂ ଗିନ୍ନୀ ଜଳନନ୍ଧରରେ । ଗିନ୍ନୀଙ୍କ ବାପା ଜଣେ ବ୍ୟବସାୟୀ । ତେବେ କପିଲ-ଗିନ୍ନୀ ପିଲାଦିନରୁ ଭଲ ବନ୍ଧୁ । ଏବେ ଦୁହେଁ ସାତ ଜନ୍ମର ସାଥୀ ହୋଇଯାଇଛନ୍ତି ।

ପଢନ୍ତୁ; ଆଜି ୧ଟା ୩୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେ ଚନ୍ଦ୍ରଶେଖର ରାଓ

Related posts

ରିଲିଜ ହେଲା କୁନି ଝିଅ ପୂର୍ବୀ ପ୍ରଧାନଙ୍କ କଣ୍ଠରେ ହୃଦୟସ୍ପର୍ଶୀ ଭଜନ “ଆସୁଛି ହେଙ୍ଗୁଳା ଯାତ”

Ratnamani Moharana

କ୍ୟାଟ୍ରିନା ସାଜିଲେ ବଧୂ ବେଶ କାହା ପାଇଁ ଜାଣନ୍ତୁ ? 

ENO Beuro

ବିପାଶା ଓ କରଣ ସିଂ ଗ୍ରୋଭର କେଉଁ ସୋରେ ନଜର ଆସିବେ ଜାଣନ୍ତୁ ? 

ENO Beuro

Leave a Comment